ପୁଣି ଇଡିରେ ହାଜର ଶ୍ରଦ୍ଧାଞ୍ଜଳି

ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ତଥା ନାଗ ସାମ୍ରାଜ୍ୟର ସୂତ୍ରଧର ଶ୍ରଦ୍ଧାଞ୍ଜଳି ବେହେରା ଆଜି ପୁଣି ଇଡିରେ ହାଜର ହୋଇଛନ୍ତି। ଆଜି ତାଙ୍କୁ ଅର୍ଚ୍ଚନା ନାଗ ମାମଲାରେ ଇଡି ଅଧିକାରୀମାନେ ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ ପଚାରିବେ ବୋଲି ସୂଚନା ମିଳିଛି।

ଏହା ପୂର୍ବରୁ ଶ୍ରଦ୍ଧାଞ୍ଜଳିଙ୍କୁ ପଚରାଉଚରା କରିସାରିଛି ଇଡି। ଗତ ବୁଧବାର ଶ୍ରଦ୍ଧାଞ୍ଜଳିଙ୍କୁ ୧୪ ଘଣ୍ଟା ଧରି ଜେରା କରିଥିଲା ଇଡି। କାହାଠାରୁ ଟଙ୍କା ଆଦାୟ କରାଯାଉଥିଲା, କେତେ ଟଙ୍କା ଆଦାୟ କରାଯାଉଥିଲା ଓ କେଉଁ କେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି, ଏପରି ଅନେକ ପ୍ରଶ୍ନ ଇଡି ଅଧିକାରୀମାନେ ଶ୍ରଦ୍ଧାଞ୍ଜଳିଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ। ଇଡି ଆଗରେ ଶ୍ରଦ୍ଧାଞ୍ଜଳି ଅନେକ ଗୁମର ଖୋଲିଥିବା ବେଳେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାଁ କହିଥିବା ସୂଚନା ମିଳିଛି।ପୂର୍ବରୁ ଅର୍ଚ୍ଚନା ନାଗ ମାମଲାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ବ୍ୟବସାୟୀ ଅମୀୟକାନ୍ତ ଦାଶଙ୍କୁ ଇଡି ଜେରା କରିସାରିଛି। ଗତକାଲି ଢେଙ୍କାନାଳ ବିଜେଡି ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ ଇଡି ଅଫିସରେ ହାଜର ହୋଇଥିଲେ। ଗଙ୍ଗାଧରଙ୍କୁ ୧୨ ଘଣ୍ଟା ଜେରା ପରେ ଛାଡ଼ିଥିଲା ଇଡି। ଅର୍ଚ୍ଚନାଙ୍କ ସହ ତାଙ୍କର ୩୫ ଲକ୍ଷ ନେଣଦେଣ ହୋଇଥିବା ତଥ୍ୟ ମିଳିବା ପରେ ତାଙ୍କୁ ସମନ କରାଯାଇଥିଲା।

Share this…
Share on Facebook

Facebook