ଖବର ଆଜିର…. ତାରିଖ ୨୫/୧୧/୨୨, ଶୁକ୍ରବାର

୧-ବିଧାନସଭା ଶୀତ ଅଧିବେଶନ: ଆରମ୍ଭରୁ ଅର୍ଚ୍ଚନା ପ୍ରସଙ୍ଗରେ କମ୍ପିଲା ଗୃହ,ଉପସ୍ଥାପିତ ହେଲା । ୧୬ହଜାର ୮୦୦ କୋଟିର ଅତିରିକ୍ତ ବଜେଟ।

୨-ପଦ୍ମପୁର ପ୍ରତିଶ୍ରୁତି ପରେ ତେଜିଲା ଦାବି: ଜିଲ୍ଲା ମାନ୍ୟତା ମାଗିଲେଣି ୧୫ ଉପଖଣ୍ଡ।

୩-ଆସନ୍ତା ତିନି ଦିନ ୩ରୁ ୪ ଡୀଗ୍ରୀ ଯାଏଁ ରାତିତାପମାତ୍ରା ଖସିବ , ଶୀତ ବଢ଼ିବ।

୪-ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇଟି ଡେଭେଲପମେଣ୍ଟ ସେଣ୍ଟର ଭୁବନେଶ୍ୱର ଶାଖା ଉଦ୍‍ଘାଟିତ।ଏହା ଭାରତର ପ୍ରଯୁକ୍ତି ଉତ୍ସ କେନ୍ଦ୍ର ଭାବରେ ଓଡ଼ିଶାର ସ୍ଥିତିକୁ ଆହୁରି ମଜବୁତ୍‍ କରିବ।

୫-ଭୁବନେଶ୍ୱର:ମାତିଛନ୍ତି ଆନ୍ତଃଜିଲ୍ଲା ଚୋର ଗ୍ୟାଙ୍ଗ, ଟାର୍ଗେଟରେ ତାରକା ହୋଟେଲ ବିବାହ ମଣ୍ଡପ।

୬-ହାଇକୋର୍ଟଙ୍କ ନିର୍ଦ୍ଦେଶ: ବୟସ୍କ ପିତା ମାତାଙ୍କୁ ହଇରାଣ କରି ପାରିବେ ନାହିଁ ପୁଅ ବୋହୂ ବା ଝିଅ।

୭-ଇଡିରେ ହାଜର ହେଲେ ବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ।ରିମାଣ୍ଡ ଅବଧି ସରିବା ପରେ ଖଗେଶ୍ୱରଙ୍କୁ କୋର୍ଟ ଚାଲାଣ କଲା ED।

୮-କେନ୍ଦ୍ରାପଡା ବାଣ ବିସ୍ଫୋରଣରେ ଦୋଷୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ,ଦିଆଯିବ କ୍ଷତିପୂରଣ।

୯-ଗ୍ରାମ୍ୟ ଉନ୍ନୟନ ଯୋଜନା ପ୍ରକଳ୍ପକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ପାଇଁ ପ୍ରମୁଖ ଶାସନ ସଚିବଙ୍କ ନିର୍ଦେଶ।

୧୦-ବୁର୍ଲା ଭିସୁଟରେ ପୁଣି ରାଗିଂ ଅଭିଯୋଗ ! ଜଣେ ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ଶେଷ ବର୍ଷର କିଛି ଛାତ୍ର ସଂଘବଦ୍ଧ ଭାବେ ମାଡ ମାରିଥିବାର ଅଭିଯୋଗ ।

୧୧-ବାୟୁ ସେନା କିଣିବ ଆଣ୍ଟି ରେଡିଏସନ ମିଶାଇଲ ରୁଦ୍ରମ, କେନ୍ଦ୍ରକୁ ପଠାଇଲା ୧୪୦୦ କୋଟି ଟଙ୍କାର ପ୍ରସ୍ତାବ।

୧୨-୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ କର୍ମଚାରୀଙ୍କୁ ଡେଡଲାଇନ ଦେଲା ଗୁଗୁଲ।

୧୩-ଆକ୍ସନମୋଡରେ ଉତରାଖଣ୍ଡ ସ୍ୱାସ୍ଥ୍ୟ ବିଭାଗ, କାର୍ଯ୍ୟରେ ଅବହେଳା ଯୋଗୁ ୧୦୯ ଡାକ୍ତରଙ୍କୁ କଲେ କଳାତାଲିକାଭୁକ୍ତ।

୧୪-ଲେଫ୍ଟନାଣ୍ଟ ଜେନେରାଲ ଅସୀମ ମୁନିର୍‌‌ ପାକିସ୍ତାନ ସେନାବାହିନୀର ନୂଆ ମୁଖ୍ୟ ନିଯୁକ୍ତ।

୧୫-ଭାରତ ନ୍ୟୁଜଲାଣ୍ଡ ପ୍ରଥମ ଦିନିକିଆ ଆଜି,ସକାଳ ୭ଟାରୁ ଆମାଜନ ପ୍ରାଇମ ଭିଡିଓରେ ହେବ ପ୍ରସାରିତ।

. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Share this…
Share on Facebook

Facebook