ଖବର ଆଜିର …. ତାରିଖ ୨୪/୧୧/୨୨, ଗୁରୁବାର

୧-ଆଜିଠୁ ଆରମ୍ଭ ବିଧାନସଭାର ଶୀତ କାଳୀନ ଅଧିବେଶନ। ଅପରାହ୍ନରେ ଆସିବ ଅତିରିକ୍ତ ବଜେଟ୍।

୨-ପୂରଣ ହେବ ଖାଲିଥିବା ୭,୫୪୦ ଶିକ୍ଷକ ପଦବି; OSSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ।ଡିସେମ୍ୱର ୧୧ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୯ ଜାନୁଆରୀରେ ସରିବ।

୩-କେନ୍ଦ୍ରାପଡ଼ା:ବାଲିଆ ବଜାର ଛକରେ ବାଣ ଦୁର୍ଘଟଣାରେ ୫୦ ଆହତ,୩୫ ଜଣ ଗୁରୁତରଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର।

୪-କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍‌ ଘୋଷଣା; ପ୍ରଥମ ପର୍ଯ୍ୟାୟରେ ମିଳିବ ୧୦୦୦ଟଙ୍କା।ସିଜନାଲ ଷ୍ଟାଫ୍ ଓ ବନ୍ଧାଳିଙ୍କୁ ୧୫୦୦ ଟଙ୍କା ଲେଖାଏଁ ଦିଆଯିବ।

୫-‘ଅମ୍ଳାନ’ ଅଭିଯାନ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆରମ୍ଭ। ଓଡ଼ିଶାରେ ରକ୍ତହୀନତା ଦୂର କରିବ ଏହି କାର୍ଯ୍ୟକ୍ରମ।

୬-ଧାମରା: ଅଗ୍ନି -୩ କ୍ଷେପଣାସ୍ତ୍ରର ହେଲା ସଫଳ ପରୀକ୍ଷଣ।

୭-ଦିଲ୍ଲୀପ ତିର୍କୀଙ୍କଠୁ ହକି ବିଶ୍ଵ କପ୍‌ର ପ୍ରଥମ ଟିକେଟ୍ ନେଲେ ମୁଖ୍ୟମନ୍ତ୍ରୀ।

୮-କଟକ: ମାଟ୍ରିକ ସମ୍ମେଟିଭ -୧, କେନ୍ଦ୍ରୀୟ ସ୍କାଡ ଦ୍ବାରା, ଇଂରାଜୀରେ କପି କରି ଧରାପଡିଲେ ୧୫ ଜଣ।

୯-ପଦ୍ମପୁର : ଅବାଧ ଓ ନିରପେକ୍ଷ ଉପନିର୍ବାଚନ ପାଇଁ ୧୬ ଜିଆରଏସଙ୍କୁ ବଦଳି କଲେ ଜିଲ୍ଲାପାଳ।

୧୦-କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଟ୍ କୁ ଫିକି ଇଣ୍ଡିଆ ପୁରସ୍କାର।

୧୧-ବୈଧ ଡକ୍ୟୁମେଣ୍ଟ ବିନା ଗାଡ଼ି ଚଲାଇଲେ ଧରିବ ଇ-ଡିଟେକ୍ସନ।ଜାନୁଆରୀ ପହିଲାରୁ ଜାତୀୟ ରାଜପଥରେ ଇ-ଚିହ୍ନଟ ଲାଗୁ କରିବା ପାଇଁ ଯୋଜନା ହୋଇଛି।

୧୨-ଯାଜପୁର, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାକୁ ଛାନିଆ କଲା ବିସ୍ଫୋରଣ ଭଳି ଶବ୍ଦ । ୧୦୦ କିଲୋମିଟର ପର୍ଯ୍ୟନ୍ତ ଶୁଭିଲା ଶବ୍ଦ।

୧୩-ଢେଙ୍କାନାଳ:ସାବାସ୍‌ ଶୁଭଲକ୍ଷ୍ମୀ ,ଦାନା ଗଣ୍ଡେ ଯୋଗାଡ଼ କରି, ଆଇଏଏସ୍‌ ସ୍ୱପ୍ନ ପୂରଣ କରିବାକୁ, ଚା’ ବିକୁଛନ୍ତି ଛାତ୍ରୀ।

୧୪-ଅକ୍ଷୟ-ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ବସାଇ ଜେରା କଲା ଇଡି।ଅର୍ଚ୍ଚନାଙ୍କୁ ଆଣି ଶ୍ରଦ୍ଧାଞ୍ଜଳି, ଅକ୍ଷୟ ପରିଜାଙ୍କ ସହ ମିଳିତ ଜେରା ପାଇଁ ଯୋଜନା କରୁଛି ଇଡି।

୧୫-୪ ଶାବକଙ୍କୁ ଜନ୍ମ ଦେଲା ସିଂହୀ ‘ବିଜ୍‌ଲି’, ନନ୍ଦନକାନନରେ ୨୦କୁ ବୃଦ୍ଧି ପାଇଲା ସିଂହ ସଂଖ୍ୟା।

. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Share this…
Share on Facebook

Facebook