କଟକରେ ଧରା ହେଲେ 30 ଜୁଆଡ଼ି

କଟକରେ ଧରାହେଲେ ଜୁଆ ଖେଳାଳି… ୩୦ ଜଣ ଯୁଆଡିଙ୍କୁ ଧରିବାରେ ସଫଳ ହୋଇଛି ଜଗତପୁର ଥାନା ପୋଲିସ…ସେମାନଙ୍କ ନିକଟରୁ ନଗଦ ୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଛି…ଗ୍ୟାଙ୍ଗ ର ମାଷ୍ଟର ମାଇଣ୍ଡ ତଥା ହାର୍ଡକୋର ଜୁଆ ଖେଳାଳୀ କ୍ରିଷ୍ଣା ରାଓ ମଧ୍ୟ ପୋଲିସ ଜାଲରେ ପଡିଛି…ସ୍ଥାନୀୟ ଜୋନ ଏସିପି ଅରୁଣ ସ୍ୱାଇଁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଜଗତପୁର ଆଇବି ରୋଡ ରେ ଏକ ସ୍ଥାନରେ ଜୁଆ ଖେଳ ଚାଲିଥିବା ବେଳେ ଡିସିପି ଙ୍କ ନିକଟରେ ଖବର ପହଂଚିଥିଲା… ଡିସିପିଙ୍କ ନିର୍ଦ୍ଦେଶରେ ସ୍ପେସିଆଲ ସ୍କାର୍ଡ ଅଧିକାରୀ ତାପସ ପ୍ରଧାନ,ଜଗତପୁର ଥାନା ଅଧିକାରୀ ଏବଂ ଏସିପି ଅରୁଣ ସ୍ୱାଇଁଙ୍କ ନେତୃତ୍ୱରେ ଗ୍ୟାଙ୍କ କୁ ଧରିବା ଲାଗି ଏକ ଟିମ ଗଠନ କରାଯାଇଥିଲା…ପରେ ଜୁଆ ଖେଳ ଚାଲୁଥିବା ସମୟରେ ହିଁ ଅତର୍କିତ ରେଡ କରି ସମସ୍ତଙ୍କୁ କାବୁ କରି ନେଇଥିଲା…ଅଭିଯୁକ୍ତ କ୍ରିଷ୍ଣା ରାଓ ନାମରେ ବିଭିନ୍ନ ଥାନାରେ ମାମଲା ରହିଛି…ତେବେ କ୍ରିଷ୍ଣା ରାଓ ହିଁ ସମସ୍ତ ବ୍ୟକ୍ତିଙ୍କୁ ଏକତ୍ର କରି ଜୁଆ ଖେଳକୁ ପ୍ରଶୟ ଦେଉଥିବା କହିଛନ୍ତି ଏସିପି…
ଏମାନଙ୍କ ନିକଟରୁ ନଗଦ ଟଙ୍କା ସମେତ ତାସ,ଟୁକନ,୪ ଟି ବାଇକ,୩୧ ଟି ମୋବଇଲ ଫୋନ କୁ ଜବତ କରିଛି ପୋଲିସ…ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି..

Share this…
Share on Facebook

Facebook