ଖବରର ସତ୍ୟାସତ୍ୟ ନଜାଣି ମେସେଜ୍ ଫରଓ୍ବାର୍ଡ କରନ୍ତୁନି-ପ୍ରଧାନମନ୍ତ୍ରୀ

ରାଜ୍ୟର ସବୁ ଗୃହମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଏହି ଗସ୍ତରେ ଫେକ୍ ନ୍ୟୁଜ ସହ ଲଢିବାର ମନ୍ତ୍ରୀ ଦେଇଛନ୍ତି। ଚିନ୍ତନ ଶିବିରର ଦ୍ବିତୀୟ ଦିନ ନିଜର ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦି ଫେକ୍ ନ୍ୟୁଜ ଉପରେ ଚିନ୍ତା ପ୍ରକାଶ କରିଛନ୍ତି ଓ କହିଛନ୍ତି କୌଣସି ଛୋଟ ଭୁଲ କିମ୍ବା ଫେକ୍ ନ୍ୟୁଜ ବଡ ବିବାଦ ସୃଷ୍ଟି କରିପାରେ। ତେଣୁ ଏହା ଜରୁରୀ ଯେ, କୌଣସି ମେସେଜ୍‌ ଫରଓ୍ବାର୍ଡ କରିବା ପୂର୍ବରୁ ଏହାର ସତ୍ୟାସତ୍ୟ ନିଶ୍ଚିତ ଭାବରେ ଚେକ୍ କରିନେବା ଦରକାର। ସେ ଲୋକଙ୍କୁ ଫେକ୍ ନ୍ୟୁଜ ସେୟାର ନକରିବାକୁ ମଧ୍ୟ ଅପିଲ କରିଛନ୍ତି।

ଗୃହମନ୍ତ୍ରୀ ଚିନ୍ତନ ଶିବିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସମ୍ବୋଧନରେ କହିଛନ୍ତି ସୋସିଆଲ ମିଡିଆର ଶକ୍ତିକୁ ଆମେ କମ୍ ବୋଲି ଭାବିବା ଉଚିତ୍ ନୁହେଁ। ଏକ ଛୋଟିଆ ଫେକ୍ ନ୍ୟୁଜ ପୁରା ଦେଶରେ ବଡ ବିବାଦ ସୃଷ୍ଟି କରିପାରେ। ଆମକୁ ଜଣାପଡିଛି ଯେ, ସଂରକ୍ଷଣ ନେଇ ଏକ ଗୁଜବ ସାରା ଦେଶରେ ବ୍ୟାପୀ ଯାଇଥିଲା। ଏହା କେବଳ ଫେକ୍ ନ୍ୟୁଜ କାରଣରୁ ହୋଇଥିଲା। ଏଥିପାଇଁ ଦେଶକୁ ଅନେକ କ୍ଷତି ସହିବାକୁ ପଡିଥିଲା। ସେଥିପାଇଁ ଆମକୁ ଲୋକଙ୍କୁ ସଚେତନ କରିବାକୁ ପଡିବ। କୌଣସି ନ୍ୟୁଜ ଆସିବା ମାତ୍ରେ ତାକୁ ତାକୁ ଫରଓ୍ବାର୍ଡ କରିବା ପୂର୍ବରୁ ୧୦ ଥର ଭାବିବା ଦରକାର। କୌଣସି ଜିନିଷ ଆସିବା ମାତ୍ରେ ତାକୁ ମାନିବା ପୂର୍ବରୁ ଭେରିଫାଏ କରନ୍ତୁ।’

Share this…
Share on Facebook

Facebook