ନିଚ୍ଚ ଜାତି ଜାଣି ବିବାହ କଲା; ମନ ମେଣ୍ଟିବା ପରେ ଜାତି ଖୋଜିଲା

ପାରାଦ୍ଵୀପ .ପ୍ରଥମେ ପ୍ରେମ ପରେ ପ୍ରତାରଣା।ଶାଶୂଘର ପକ୍ଷରୁ ଅଧିକ ଯୌତୁକ ଦାବୀ କରି ବିବାହିତା ମହିଳାଙ୍କୁ ଜାତିଆଣା ଆକ୍ଷେପ।ଥାନାରେ ଲିଖିତ ଅଭିଯୋଗ।ଏପରି ସଙ୍ଗିନୀ ଅଭିଯୋଗ ଆଣିଛନ୍ତି ବିବାହିତା ମହିଳା ବର୍ଷା ମଲ୍ଲିକ।ତେବେ ଭଦ୍ରକ ଜିଲ୍ଲା କଲେଇ ପଞ୍ଚାୟତ ଅଣସର ପୁର ଗ୍ରାମର ଶିବରାମ ମଲ୍ଲିକଙ୍କ ଝିଅ ବର୍ଷା ମଲ୍ଲିକ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଗୋଡ଼ା ପଞ୍ଚାୟତ ଗୋଡ଼ା ଗ୍ରାମର ବ୍ରହ୍ମାନନ୍ଦ ବାରିକଙ୍କ ପୁଅ ପ୍ରତାପ ବାରିକଙ୍କୁ ପ୍ରେମ ବିବାହ କରିଥିଲେ।

ମାତ୍ର ବିବାହର କିଛିଦିନ ପର୍ଯ୍ୟନ୍ତ ଶାଶୂଘରେ ଶାଶୂ,ଶଶୁର, ଦିଅର,ଓ ସ୍ୱାମୀଙ୍କ ସହ ବେଶ୍ ହସ ଖୁସିରେ ଦୁହେଁ ଦମ୍ପତି ଦାମ୍ପତ୍ୟ ଜୀବନ କାଟୁଥିଲେ।କିଛିଦିନ ବିତିଗଲା ପରେ ଶାଶୂଘର ପକ୍ଷରୁ ଜାତିଆଣା ଆକ୍ଷେପ କରି ବର୍ଷାଙ୍କୁ ଶଶୁର ବ୍ରହ୍ମାନନ୍ଦ ବାରିକ,ଶାଶୂ ପ୍ରଭାସିନୀ ବାରିକ, ଦିଅର ବିଚିତ୍ର ବାରିକ ଓ ସ୍ୱାମୀ ପ୍ରତାପ ବାରିକ ଶାରୀରିକ ମାନସିକ ନିର୍ଯ୍ୟାତନା ଦେବା ସହ ବାପ ଘରୁ ଅଧିକ ଯୌତୁକ ଆଣିବାକୁ ଦାବି କରିଥିଲେ।

ମାତ୍ର ବର୍ଷା ମଲ୍ଲିକ ଦଳିତ ନିଷ୍ପେସିତ ଗରିବ ଶ୍ରେଣୀର ହୋଇଥିବାରୁ ବାପଘରୁ କିଛି ଟଙ୍କା ଆଣି ଦୋକାନ କରିବା ପାଇଁ ପ୍ରତାପଙ୍କୁ ଦେଇଥିଲେ।ତେବେ ସେତିକିରେ ମନ ଶାନ୍ତି ନହେବାରୁ ବର୍ଷାଙ୍କର ଏକ ଦୁଇ ବର୍ଷର ଶିଶୁପୁତ୍ରକୁ ଛାଡି ଆଜକୁ ୪ ମାସ ହେବ ସ୍ୱାମୀ ପ୍ରତାପ ଅନ୍ୟ ଏକ କାଜଲ ବାରିକ ନାମକ ବିବାହିତା ମହିଳାଙ୍କୁ ନେଇ ଫେରାର ଥିବା ବେଳେ ବର୍ଷା ଏରସମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଆଧାରରେ ଏରସମା ପୋଲିସ ପରିବାର ଲୋକଙ୍କୁ ଡକାଇ ବୁଝାସୁଝା କରିଥିଲା।ମାତ୍ର ବର୍ଷା ଦଳିତ ନିଷ୍ପେସିତ ଶ୍ରେଣୀର ହୋଇଥିବାରୁ ଶାଶୂଘର ପକ୍ଷରୁ କେହି ଗୁରୁତ୍ୱ ଦେଇନଥିଲେ।ଏନେଇ ଏରସମା ପୋଲିସ ଏତେଲାକୁ ପଞ୍ଜିକୃତ କରିବା ସହ ତଦନ୍ତ ଜାରୀ ରଖିଥିବା ବେଳେ ସ୍ୱାମୀ ପ୍ରତାପ ନିଜ ପୁଅ ପାଖକୁ ଫେରି ଆସିବା ପାଇଁ ବର୍ଷା ନିବେଦନ କରିଛନ୍ତି। ପାରାଦ୍ଵୀପ ରୁ ପର୍ଶୁରାମ ମନ୍ତ୍ରୀ ଙ୍କ ରିପୋର୍ଟ …

Share this…
Share on Facebook

Facebook