ପାରଳାଖେମୁଣ୍ଡିରେ ନିଶା ନିବାରଣ ଓ ବାଲ୍ୟ ବିବାହ ପାଇଁ ଜନସଚେତନତା କାର୍ଯ୍ୟକ୍ରମ

ଗଜପତି ; ସୀମା ଲଙ୍ଘୁଛି ନିଶା ଓ ବାଲ୍ୟ ବିବାହ । ଜିଲ୍ଲାରେ ଅଶିକ୍ଷା ଫଳରେ କୁସ୍କାର, ଅନ୍ଧ ବିଶ୍ୱାସ କାୟା ମେଲାଇଛି । ବ୍ୟପକ ଭାବେ ବଢଛି ନିଶା କାରବାର, ପଥଭ୍ରଷ୍ଟ ହେଉଛନ୍ତି ଛାତ୍ର ଠାରୁ ଯୁବକ । ନୀତି ନୈତିକତା ହରାଉଛି ଯୁବ ପିଡ଼ି । କରୁଛି ରାହାଜାନୀ ,ଲୁଟ୍ ଭଳି ସଂଙ୍ଗିନ ଅପରାଧ । ଅପରପକ୍ଷେ ଜିଲ୍ଲାରେ ଶିକ୍ଷା ସର୍ବବ୍ୟାପି ନହେବାରୁ ଅନ୍ଧ ବିଶ୍ୱାସ ଓ ବାଲ୍ୟ ବିବାହ ବଢିବାରେ ଲାଗିଛି ।

ଯାହାର ସମାଧାନ ପାଇଁ ପାରଳାଖେମୁଣ୍ଡି ର ଛାତ୍ର ଠାରୁ ଯୁବକ ଶିିକ୍ଷକଙ୍କ ଠାରୁ ବୁଦ୍ଧିଜୀବୀ ଜନଗଣ ଏକ ହୋଇଛନ୍ତି । ଆଜି ପାରଳାଖେମୁଣ୍ଡି ର ବିଭିନ୍ନ ସ୍କୁଲ କଲେଜର ଶତାଧିକ ଛାତ୍ରଛାତ୍ରୀ ନିଶା ନିବାରଣ ଓ ବାଲ୍ୟ ବିବାହ ର ପ୍ଲାକାର୍ଡ଼ ଧରି ରାଲି ମାଧ୍ୟମରେ ସହର ପ୍ରରିକ୍ରମା କରିଥିଲେ ।

ନିଶା ଠାରୁ ଦ୍ୱରେ ଓ ବାଲ୍ୟ ବିବାହକୁ ବିରୋଧ କରି ଜନସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାବ୍ୟାପି କରି ସଚେତନତା କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାର ବହୁ ବୁଦ୍ଧିଜୀବୀ ଜନଗଣ ପ୍ରଶଂସା କରିଛନ୍ତି । ବ୍ୟୁରୋ ରିପୋର୍ଟ …

Share this…
Share on Facebook

Facebook