ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେଲେ ମାଟିଆ ସାହି ପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ଅନୁଗୋଳ ଜିଲ୍ଲା ମାଟିଆ ସାହି ଗ୍ରାମ ପଞ୍ଚାୟତ ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା ।ମିଳିଥିବା ସୂଚନା ଅନୁଯାୟୀ, ମାଟିଆ ସାହି ପଞ୍ଚାୟତର ମାଟିଆ ସାହି GPLF ରେ ବ୍ଲକ ର ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ଇନ୍ ଚାର୍ଜ ଏବଂ ନୋଡାଲ ଅଫିସର ହିସାବରେ ଦିଆଯାଇଥିବା BPL ଙ୍କ ମନମୁଖୀ କାର୍ଯ୍ୟ, GPLF ପ୍ରତି ଦୁଇ ବର୍ଷ ରେ EC ସଦସ୍ୟ ପରିବର୍ତ୍ତନ ରେ ଅନିୟମିତତା, ପଞ୍ଚାୟତକୁ ନ ଆସିବା, ବ୍ୟାଙ୍କ ରୁଣ ରାଶି ରେ SHG ମାନଙ୍କ ଠାରୁ କମିସନ ଅର୍ଥ ଗ୍ରହଣ କରିବା ଇତ୍ୟାଦି ସମ୍ବନ୍ଧ ନେଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ତୁରନ୍ତ ଏଥି ପ୍ରତି ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାଟିଆ ସାହି ପଞ୍ଚାୟତ ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅନୁରୋଧ କରିଛନ୍ତି।

Share this…
Share on Facebook

Facebook