ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କୁସ୍ତିରେ 3 ସ୍ୱର୍ଣ୍ଣ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ରେସଲିଂରେ ମିଳିଛି 3 ସ୍ୱର୍ଣ୍ଣ। ଭାରତର ଷ୍ଟାର ରେସଲର ତଥା ଡିଫେଣ୍ଡିଂ ଚାମ୍ପିୟନ ବଜରଙ୍ଗ ପୁନିଆ ଜିତଛନ୍ତି ସ୍ୱର୍ଣ୍ଣ। ସେ ୬୫ କେଜି ବର୍ଗର ଫ୍ରିଷ୍ଟାଇଲରେ କାନାଡାର ଲାଚଲାନ ମ୍ୟାକନିଲଙ୍କୁ ୯-୨ ହରାଇ ଚାମ୍ପିୟନ ହୋଇଛନ୍ତି। ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ବଜରଙ୍ଗ ସ୍ୱର୍ଣ୍ଣ ଜିତିଥିଲେ। ସେହିପରି ୨୦୧୪ରେ ସେ ରୌପ୍ୟ ପଦକ ଜିତିଥିଲେ।

ଫାଇନାଲ ମ୍ୟାଚରେ ବଜରଙ୍ଗଙ୍କ ବିପକ୍ଷରେ ମ୍ୟାକନିଲ ପ୍ରଥମରୁ ଆଟାକିଂ ଖେଳିଥିଲେ। ସେ ବାରମ୍ବାର ବଜରଙ୍ଗଙ୍କ ଲେଗକୁ ଆଟାକ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଏହାପରେ ବଜରଙ୍ଗ ଲେଗ ଆଟାକ କରି ୩ ପଏଣ୍ଟ ହାସଲ କରିଥିଲେ।ସେହିପରି ମହିଳା ୬୨ କେଜି ବର୍ଗରେ ସାକ୍ଷୀ ମଲିକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେ କାନାଡ଼ାରେ ଆନ୍ନା ଗୋଞ୍ଜଲଜେଙ୍କୁ ପରାସ୍ତ କରି ଭାରତ ପାଇଁ କୁସ୍ତିରେ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି।

Share this…
Share on Facebook

Facebook