ହାଇଦ୍ରାବାଦ ପୋଲିସ ତିନି ଜଣ ଯୁବକ କୁ ଉଠାଇଲା

ସାଲେପୁର ; ବେଆଇନ ଅର୍ଥ କାରବାରରେ ତିନି ଜଣ ଯୁବକ କୁ ଉଠାଇଲା ହାଇଦ୍ରାବାଦ ପୋଲିସ . କିଶନନଗର ଥାନା ବୋଧପୁର ଗ୍ରାମପଞ୍ଚାୟତ ଅଧିନସ୍ତ ନାନପୁର ଗ୍ରାମରୁ ବେଆଇନ ଅର୍ଥ କାରବାର ଲିଙ୍କରେ 3ଜଣ ଯୁବକଙ୍କୁ ଉଠାଇଲା ହାଇଦ୍ରାବାଦ ପୁଲିସ।
ବେଆଇନ ଅର୍ଥ କାରବାର ଲିଙ୍କ ଅଭିଯୋଗ ରେ ହାଇଦ୍ରାବାଦ ପୁଲିସ ଗତ କାଲି ସନ୍ଧ୍ୟାରେ କିଶନନଗର ଅଞ୍ଚଳର ୩ଯୁବକଙ୍କୁ ଉଠାଇ ନେଇଛି।

ସେମାନଙ୍କୁ କିଶନନଗର ଥାନାରେ ରଖି ପଚରା ଉଚୁରା ଚଳାଇ ସେମାନଙ୍କ ନିକଟରୁ ପୁଲିସ ଲ୍ୟାପଟପ,ଏଟିଏମ କାର୍ଡ, ମୋବାଇଲ ଫୋନ ଆଦି ଜବତ କରିଛି। ଏହି ୩ ଯୁବକଙ୍କ ମଧ୍ୟରେ ଦୁଇ ଭାଇ ରହିଥିବା ଜଣା ପଡ଼ିଛି।ତେବେ ତଦନ୍ତ ଚାଲି ଥିବାରୁ ସବିଶେଷ ତଥ୍ୟ ପୋଲିସି ପ୍ରକାଶ କରୁନାହଁ । ତେବେ ଏମାନଙ୍କ ମଧ୍ୟରୁ ସଞ୍ଜୟ ବେହେରା ନାମକ ଜଣେ ଯୁବକ କୁ ଗିରଫ କରି ପୁଲିସ ହାଇଦ୍ରାବାଦ ନେବା ପାଇଁ ପ୍ରସ୍ତୁତି ଚଳାଇଛି।
. ମନୋଜ କୁମାର ସାହୁ, ସାଲେପୁର

Share this…
Share on Facebook

Facebook