ମାଇଁ ଭଣଜା ପ୍ରେମ ସମ୍ପର୍କ କୁ ନେଇ ଡେରାବିଶ ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ l

6 ଘଣ୍ଟା ଭିତରେ କିଶୋର କୁ ନ ଧରିଲେ ଜାତୀୟ ରାଜପଥ ଅବରୋଧ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ l
କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ପଞ୍ଚୁପାଣ୍ଡଵ ଡେରାଡିହ ଗ୍ରାମର ମାଇଁ ଭଣଜା ପ୍ରେମ ସମ୍ପର୍କ କୁ ନେଇ ଡେରାବିଶ ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ l ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ଯେ ମାଇଁ ମାନସୀଙ୍କ ସହ ଭଣଜା କିଶୋର ସହିତ ଅନୈତିକ ପ୍ରେମ ସମ୍ପର୍କ ଅଛି ଯାହାକୁ ନେଇ ଗତ କାଲି ଉଭୟ ମାଇଁ ଭଣଜା ମିଶି ମାମୁଁ ବାବାଜୀକୁ କତୁରୀରେ ହାଣି ଗୁରୁତର କରିଛନ୍ତି l

ଏହାକୁ ଗ୍ରାମବାସୀ ବିରୋଧ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଦୋଷୀ କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ଯଦି ଆଗାମୀ 6 ଘଣ୍ଟା ଭିତରେ ଦୋଷୀକୁ ନ ଧରନ୍ତି ତେବେ ଜାତୀୟ ରାଜପଥ ଚଣ୍ଡିଖୋଲ -ପାରାଦ୍ୱୀପ ରାସ୍ତା କୁ ପଞ୍ଚୁ ପାଣ୍ଡଵ ଠାରେ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି l ଅନ୍ୟ ପକ୍ଷରେ ଥାନା ଅଧିକାରୀଙ୍କ ପତିକ୍ରିୟା ମିଳିପାରିନାହିଁ

Share this…
Share on Facebook

Facebook