ବାଲେଶ୍ବର ଜିଲ୍ଲା ମେଡିକାଲରେ ନବଜାତ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା। ଚିକିତ୍ସାରେ ଅବହେଳାକୁ ନେଇ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ପରିବରା ଲୋକଙ୍କ ପକ୍ଷରୁ ସ୍ତ୍ରୀ ପ୍ରସୂତି ବିଭାଗ ଗେଟ୍ ସମ୍ମୁଖରେ ଧାରଣା ଦିଆଯିବା ସହିତ ଡାକ୍ତର ଓ କର୍ମଚାରୀ ଙ୍କ ଉପରେ କାଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ତେବେ ସୂଚନା ଥାଉକି ଗତ ମଙ୍ଗଳବାର ଦିନ ବାଲିଆପାଳ ଅଞ୍ଚଳର ଦିଲ୍ଲୀପ ବେହେରା ତାଙ୍କ ସ୍ତ୍ରୀ ପ୍ରସବ ପାଇଁ ଆସିଥିବା ବେଳେ ରାତି ରେ ଚିକିତ୍ସା ଅବହେଳା ପାଇଁ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିଲା ଅଭିଯୋଗ।ଏନେଇ ପୂର୍ବରୁ ମଧ୍ୟ ବାରମ୍ବାର ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତର ଙ୍କ ଅଭହେଳା ଯୋଗୁଁ ନବଜାତ ଶିଶୁ ର ମୃତ୍ୟୁ ହୋଇଛି ହେଲେ କାଯ୍ୟାନୁଷ୍ଠାନ ନହେବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।