ବିଳମ୍ବିତ ରାତିରେ ଜଳିଗଲା 1 କୋଟିର ସମ୍ପତି

ସୋର ; ବିଳମ୍ବିତ ରାତିରେ ଜଳିଗଲା 1 କୋଟିରୁ ଉର୍ଦ୍ଧର ସମ୍ପତି l ସୋର ବ୍ଲକ ପାଖର ଛକରେ ଅଘଟଣ l ନିଆଁର ପ୍ରକୋପ ଏଥିଲା ଯେ ନିଆଁ ରାତି ଦୁଇଟାରୁ ରାତି ସାଡେ ଚାରିଟା ପର୍ଯ୍ୟନ୍ତ ଜାଳିଥିଲା l ସୋରରୁ ଦୁଇଟି ଦମକଳ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ l ପ୍ରଥମେ ନିଆଁ ଶର୍ଟ ସର୍କିଟ ଯୋଗୁ ଲାଗିବା ପରେ ଜଳଖିଆ ଦୋକାନରେ ଥିବା ଦୁଇଟି ଗ୍ୟାସ ଟାଙ୍କିରେ ନିଆଁ ଲାଗି ଜୋର ଶବ୍ଦ କରି ଭୟଙ୍କର ବିସ୍ଫୋରଣ ହୋଇଥିଲା l

ଛକରେ ଥିବା ବସନ୍ତ ପାଣିଗ୍ରାହୀଙ୍କ ତେଜରାତି ଓ ଭେରାଇଟି ଦୋକାନରେ ନିଆଁ ଲାଗି 1 କୋଟି ଟଙ୍କର ଉର୍ଦ୍ଧ ସାମଗ୍ରୀ ପଡି ପାଉଁଶ ହୋଇଯାଇଛି l ଜଳଖିଆ ଦୋକାନ, ପରିବା ଓ ପାନ ଦୋକାନ ପୋଡି ପାଉଁଶ ହୋଇଯାଇଛି l ନିକଟରେ ଥିବା ଆଠଟି ଜଳଖିଆ ଦୋକାନଜଳିଯାଇଛି l ଜଳଖିଆ ଦୋକାନରେ ଜଣେ କର୍ମଚାରୀ ଶୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି lରିପୋର୍ଟ- ଶରତ ନାୟକ ।

Share this…
Share on Facebook

Facebook