➡️୧-‘ଆଜାଦି କା ଅମୃତ ମହୋତ୍ସବ’ର ଜାତୀୟ କମିଟି ବୈଠକରେ ଯୋଗ ଦେବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ।
➡️୨-ଦରଦାମ ବୃଦ୍ଧି, ବେରୋଜଗାର ଏବଂ ଜିଏସଟି : ଆଜି ସାରା ଦେଶରେ କଂଗ୍ରେସ କରିବ ବିକ୍ଷୋଭ । ବିଭିନ୍ନ ସ୍ଥାନରେ ଧାରା ୧୪୪ ଲାଗୁ ହୋଇଛି ।
➡️ ୩-ଆସନ୍ତା ୭ରୁ ଲଘୁଚାପ ବର୍ଷା, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ହେଲା ଜାରି।
➡️୪-ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ୨୨୫୩.୧୫କୋଟି ଟଙ୍କାର ୧୧ଟି ପ୍ରକଳ୍ପକୁ ଦେଲେ ଅନୁମୋଦନ ।
➡️୫-ଚଳିତ ବର୍ଷ ଦେଶ ୭୫ତମ ସ୍ୱାଧିନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ରିଲାଏନ୍ସ ଜିଓ ଅଗଷ୍ଟ ୧୫ରେ ଲଞ୍ଚ କରିବ 5G ସର୍ଭିସ୍। ଏନେଇ ରିଲାଏନ୍ସ ଜିଓ ପକ୍ଷରୁ ହେଲା ଘୋଷଣା ।
➡️୬-୪ଦିନିଆ ଦିଲ୍ଲୀ ଗସ୍ତରେ ଆସି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ।
➡️୭-ରାଜ୍ୟରେ ଚାଷ ଓ ଚାଷୀ ସମସ୍ୟାକୁ ନେଇ ୧୨୮ଟି ମଣ୍ଡି ଲାଗି ୪ଟି ପ୍ରାଥମିକ କୃଷି ସମବାୟ ସମିତି ସହିତ ହେଲା ବୁଝାମଣା ।
➡️ ୮-ଆସନ୍ତାକାଲି ଠାରୁ ପୁରୀ- ଦୀଘା ଏକ୍ସପ୍ରେସ୍, ପୁରୀ- ହାୱଡ଼ା ଶତାବ୍ଦୀ ଏକ୍ସପ୍ରେସ୍ ପୁଣି ଚାଲିବ।
➡️୯-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଥମଥର ପାଇଁ ‘ମନୋଜ ଦାସ ଜାତୀୟ ସାହିତ୍ୟ ପୁରସ୍କାର’ ନିମନ୍ତେ ଦରଖାସ୍ତ ହେଲା ଆହ୍ବାନ । ଆବେଦନର ଶେଷ ତାରିଖ ହେଲା ଅଗଷ୍ଟ ୩୦ ।
➡️୧୦-ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟରୁ ମିଳିଲା ଅନ୍ତରୀଣ ସୁରକ୍ଷା ।
➡️୧୧-ଆଜି ପରଦାକୁ ଆସିବ ଅନସ୍ମିଶ ପ୍ରଡକ୍ସନର ପ୍ରଥମ ଅବଦାନ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଶେଷ ରାତି’ ।
➡️୧୨-ଭାରତରେ ପାଖାପାଖି ୨୧ କୋଟିରୁ ଅଧିକ ସଂଖ୍ୟକ ଦୁଇ ଚକିଆ ଯାନ ଗଡ଼ୁଛି। ଏଥିସହିତ ୭ କୋଟି ଚାରି ଚକିଆ ଓ ତଦୂର୍ଦ୍ଧ୍ବ ଚକା ବିଶିଷ୍ଟ ଯାନ ଚଳାଚଳ କରୁଛି। ଏ ନେଇ ସଂସଦରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ନୀତିନ ଗଡ଼କରୀ ଦେଲେ ସୂଚନା ।
➡️୧୩-ଦୀର୍ଘଦିନର ଆଇନଗତ ଲଢ଼େଇ ପରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ୧୨ଶହ ବର୍ଷ ପୁରୁଣା ବାଲ୍ମିକୀ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିଲା ।
➡️୧୪-ମଙ୍କିପକ୍ସକୁ ସାର୍ବଜନିକ ସ୍ୱାସ୍ଥ୍ୟ ଏମରଜେନ୍ସି ଘୋଷଣା କଲା ଆମେରିକା, ଆମେରିକାରେ ଗତକାଲି ସୁଦ୍ଧା ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା ୬,୬୦୦ରୁ ଅଧିକ ହୋଇଛନ୍ତି ।
➡️୧୫-ଜମ୍ମୁ-କଶ୍ମୀରର ପୁଲୱାମାରେ ଆତଙ୍କବାଦୀମାନଙ୍କ ଗ୍ରେନେଡ ମାଡ଼ ରେ ଜଣେ ପ୍ରବାସୀ ମୁସଲିମ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ହେଲେ ଗୁରୁତର ଆହତ।
➡️୧୬-ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ କରିଥିବାରୁ ଏହାର ରାଗ ଶୁଝାଇବା ପାଇଁ ସୀମା ଲଙ୍ଘୁଛି ବେଜିଂ। ଜାପାନର ସ୍ୱତନ୍ତ୍ର ଅର୍ଥନୀତିକ ଜୋନରେ ପଡ଼ିଲା ବେଜିଂର ମିସାଇଲ ।
➡️୧୭-ଆର୍ମିନିଆ ଉପରେ ଆକ୍ରମଣ କଲା ଅଜରବେଜାନ, ୩ ମୃତ, ସେପଟେ ରୁଷିଆ କହିଲା ଅସ୍ତ୍ରବିରତି ଉଲ୍ଲଂଘନ ।
➡️୧୮-ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ ଆଜି ଖେଳାଯିବ। ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ରେ ଭାରତ ଏବେ ୨-୧ରେ ଆଗୁଆ ଅଛି।
➡️୧୯-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସାଫ୍ ୨୦ ବର୍ଷରୁ କମ୍ ଫୁଟବଲ୍ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଆଜି ଭାରତ ବାଂଲାଦେଶ କୁ ଭେଟିବ।
➡️୨୦-୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପର ୭ମ ସଂସ୍କରଣ ଆସନ୍ତା ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମ୍ୟାଚ ଗୁଡ଼ିକ ଭୁବନେଶ୍ୱର ସମେତ ୩ଟି ଭେନ୍ୟୁରେ ଖେଳାଯିବ।
➡️ଘରୁ ବାହାରକୁ ଯିବା ସମୟରେ ସାଙ୍ଗରେ ପାଣି, ଛତା, ରେନିକୋର୍ଟ ଧରି ବାହାରକୁ ଯାଆନ୍ତୁ ଏବଂ ବର୍ଷାଦିନିଆ ବିଭିନ୍ନ ରୋଗ ଦାଉରୁ ରକ୍ଷା ପାଇବା ପାଇଁ ବର୍ଷାପ୍ରତି ସତର୍କ ରହନ୍ତୁ ।।
ଶୁଭ ସକାଳ,ସୁପ୍ରଭାତ