ପିପିଲିରେ ଅଭାବି ଶିକ୍ଷକ ଦାବି ନେଇ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ପିପିଲି ; ରାଜ୍ୟ ସରକାର ରାଇଟ ଟୁ ଏଜୁକେସନ କୁ ଗୁରୁତ୍ୱ ଦେଉଥିବା ବେଳେ ଖୋଦ ଗଣଶିକ୍ଷା ମନ୍ତ୍ରୀ ଙ୍କ ଜିଲ୍ଲା ରେ ଅଭାବି ଶିକ୍ଷକ ର ଅଭିଯୋଗ ଆସିଛି l ସ୍କୁଲରେ ପିଲା ଅଛନ୍ତି କିନ୍ତୁ ପାଠ ପଢ଼େଇବା ପାଇଁ ଶିକ୍ଷକ ନାହାନ୍ତି l ଦିର୍ଘ ୧୫ ମାସ ହେବ ବିଦ୍ୟାଳୟ ରେ ଶିକ୍ଷକ ନାହାନ୍ତି ‌ ।ରାଇଟ ଟୁ ଏଜୁକେସନ କୁ ଗୁରୁତ୍ୱ ଦେଇ 5t ନାଁ ରେ ଚାଲିଛି ମନମାନି ଶାସନ l ଉନ୍ନତ ଶିକ୍ଷା ପାଇଁ 5Tଅଧିନରେ କୋଟି କୋଟି ଟଙ୍କା ବୟ କରାଯାଇ ସ୍କୁଲକୁ ରୁପାନ୍ତିକରଣ କରାଯାଇଛି କିନ୍ତୁ ସେହି ସ୍କୁଲରେ ଶିକ୍ଷକ ର ଅଭାବ ଦେଖାଦେଇଛି । ଯାହାକୁ ନେଇ ଉକ୍ତ ବିଦ୍ୟାଳୟର ଅଭିଭାବକ ମାନେ ବ୍ଳକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ଠାରୁ ଗଣଧାରଣାରେ ବସିଛନ୍ତି । ଏଭଳି ଅଭାବନୀୟ ଘଟଣା ପୁରୀ ଜିଲ୍ଲା ପିପିଲି ବ୍ଲକ ସହଜପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ନେଇ ହୋଇ ଥିବା ବେଳେ ସହଜପୁର ଗ୍ରାମବାସୀ ଓ ବିଦ୍ୟାଳୟ କମିଟି ସଦସ୍ୟ ମାନେ ଗତକାଲି ଠାରୁ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦେଇଛନ୍ତି । ଗୋଟିଏ ଜିଦ୍ ଆମ ଗ୍ରାମ ସ୍କୁଲରେ ଶିକ୍ଷକ ଦିଆଯାଉ । ନଚେତ୍ ଏହି ଗଣଧାରଣା ଆନ୍ଦୋଳନ ର ରୁପ ନେବ ବୋଲି ଚେତାବନୀ ଦେଇଛନ୍ତି ।

 

ତେବେ ଏହି ଗଣଧାରଣା ସମାଜ ସେବୀ ତଥା ଯୁବ ଆଇନଜୀବୀ ଅନୁପ ପରିଡ଼ା , ଯୁବ ସମାଜ ସେବୀ ରାଧା ମୋହନ,ରଜ୍ୟ କଂଗ୍ରେସ ନାରୀ ନେତ୍ରୀ ନିରୁପମା ପାତ୍ର , ସମାଜବାଦି ପାର୍ଟି ର ରାଜ୍ୟ ସଂପାଦକ ସୁଦର୍ଶନ ପ୍ରଧାନ ପ୍ରମୁଖ ସମିଲ ହୋଇ ସମର୍ଥନ ଜଣାଇଛନ୍ତି। ବିଦ୍ୟାଳୟ ରେ ଶିକ୍ଷକ ଅଭାବକୁ ପୂରଣ ନ କରି ସ୍ଥାନୀୟ ବିଧାୟକ ବିଦ୍ୟାଳୟ ଅଚାନକ ଗସ୍ତରେ ପିଲାଙ୍କ ଭାତ ଡାଲମା ପରଖିବା ପ୍ରହସନ ବୋଲି କହିଛନ୍ତି ଯୁବ ସମାଜସେବୀ ରାଧାମୋହନ । ଏଥିସହ ତୁରନ୍ତ ବିଦ୍ୟାଳୟ ରେ ଶିକ୍ଷକ ଅଭାବକୁ ପୂରଣ କରନ୍ତୁ ବୋଲି ସେ ଦାବି କରିଛନ୍ତି ।

 

ଖବର ଅନୁଯାୟୀ ପିପିଲି ବ୍ଲକ ସହଜପୁର ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ଗତ ବର୍ଷ ଅପ୍ରେଲ ମାସ ଠାରୁ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ଶିକ୍ଷକ ନାହାନ୍ତି। ଫଳରେ ବିଦ୍ୟାଳୟରେ ପାଠ ପଢା ସମ୍ପୂର୍ଣ ବ୍ୟାଘାତ ସୃଷ୍ଟି ହୋଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏନେଇ ବ୍ଳକ ଶିକ୍ଷାଧିକାରୀ ଠାରୁ ଆରମ୍ଭ କରି ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳ ଙ୍କୁ ମଧ୍ୟ ସ୍କୁଲ କମିଟି ଓ ଅଭିଭାବକ ତରଫରୁ ବାରମ୍ବାର ଅନୁରୋଧ ମଧ୍ୟ କରାଯାଇଛି । କିନ୍ତୁ ବିଦ୍ୟାଳୟ ରେ ଶିକ୍ଷକ ଅଭାବକୁ ୧୫ ମାସ ବିତି ଯାଇ ଥିଲେ ମଧ୍ୟ ରାଜନୈତିକ ଚାପ ପକାଯାଇ ବିଦ୍ୟାଳୟ କୁ ଶିକ୍ଷକ ଦେବା ପରିବର୍ତେ ସଠାରୁ ଶିକ୍ଷକଙ୍କୁ ବଦଳି କରାଯାଇଛି ବୋଲି ଗଣଧାରଣାରତ ବ୍ୟକ୍ତି ଓ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥିବା ଶିକ୍ଷକ ନିରଞ୍ଜନ ମହାରଣା କହିଛନ୍ତି।

 

ଏକଥା କୁ ବ୍ଳକ ଶିକ୍ଷା ଅଧିକାରୀ ନିଜେ ସ୍ବିକାର କରିବା ସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରି ସହଜପୁର ସ୍କୁଲ କୁ ଡେପୁଟିସନ ରେ ଜଣେ ଶିକ୍ଷକ ଦିଆଯିବ ବୋଲି କହିଥିଲେ ମଧ୍ୟ ଗଣଧାରଣାରତ ବ୍ୟକ୍ତି ମାନଙ୍କୁ ବୁଝାଇବାରେ କୈାଣସି ସୁଫଳ ମିଳିନଥିବା କହିଛନ୍ତି

 

ସେପଟେ କିନ୍ତୁ ଶିକ୍ଷକ ଅଭାବ ପୂରଣ ନ ହେବା ପର୍ଯ୍ୟନ୍ତ ଗଣଧାରଣା ବଳବତ୍ତର ରହିବ ବୋଲି ସହଜପୁର ବିଦ୍ୟାଳୟ ର ଅବିଭାବକ ମାନେ କହିଛନ୍ତି । ତେବେ ରାଜ୍ୟ ସରକାର ଗଣଶିକ୍ଷା ମନ୍ତ୍ରୀ ଙ୍କ ଜିଲ୍ଲା ରେ ଶିକ୍ଷକ ଅଭାବ କେବେ ଦୂର ହେଉଛି ତାହା ଦେଖିବାକୁ ବାକି ରହିଲା ।

ପିପିଲି ରୁ ମନୋରଞ୍ଜନ ମହାପାତ୍ର ଙ୍କ ରିପୋର୍ଟ

Share this…
Share on Facebook

Facebook