ଦିବ୍ୟାଙ୍ଗ ଙ୍କ ନିଆରା ଏକ ପ୍ରେମ କାହାଣୀ।

ଆମେ ଜାଣିଛନ୍ତି ପ୍ରେମ ପବିତ୍ର, ପ୍ରେମ ଶାଶ୍ଵତ ଓ ପ୍ରେମ ଚିରନ୍ତନ। କିନ୍ତୁ ଆଜିର ଦୁନିଆଁ ରେ ପ୍ରେମ ର ପରିଭାଷା କୁ ଯୁବ ପୀଢ଼ି ଭିନ୍ନ ଦିଗରେ ନେଇ ଯାଉଥିବା ବେଳେ ପ୍ରେମ ର ପ୍ରକୃତ ଉଦାହରଣ ଦେଇଛନ୍ତି ଜଣେ ନାରୀ। ହଁ ଆମେ ଆଜି ର ଯେଉଁ ପ୍ରେମ କାହାଣୀ ଆପଣଙ୍କୁ କହୁଚୁ ଆପଣ ବି ନିଜକୁ ସେଇ ଜାଗାରେ ରଖି ହୃଦୟଙ୍ଗମ କରି ଜାଣି ପାରିବେ ପ୍ରେମ କେତେ ପବିତ୍ର, ଆଉ ପ୍ରେମ ମାନେନା ବାଧା କି ବନ୍ଧନ। ଏପରି ଏକ ନିଆରା ପ୍ରେମ କାହାଣୀ ଯେଉଁଠି ଜଣେ ଦିବ୍ୟାଙ୍ଗ ଙ୍କ ପାଇଁ ଘରୁ ଗୋଡ଼ କାଢି ଚାଲି ଆସିଲେ ସୁଦୂର ଜଗତସିଂପୁର ର ସ୍ବପ୍ନାରାଣୀ ବାରିକ୍। ତାଳଚେର କଣିହାଁ ର ବଜ୍ରକୋଟ ଗ୍ରାମର ଯୁବକ ଜିତେନ୍ଦ୍ର ବାରିକ୍ ଜଗତସିଂପୁରରେ ସାତ ବର୍ଷ ପୂର୍ବେ ରହି ଏକ ସେଲୁନ ରେ କାମ କରୁଥିଲେ ଯେଉଁଠି ପ୍ରଥମ ଥର ପାଇଁ ଦେଖା ହେଇଥିଲା ସ୍ଵପ୍ନାରାଣୀ ବାରିକ୍ ଙ୍କ ସହ। ଏହି ଦେଖା ସାକ୍ଷାତ୍ ରେ ଗଢି ଉଠିଥିଲା ତାଙ୍କ ପ୍ରେମ କାହାଣୀ। ଜିତେନ୍ଦ୍ର ପରେ ଚାଲି ଆସିଥିଲେ ତାଙ୍କ ଗ୍ରାମ ତାଳଚେର ର ବାଜ୍ରକୋଟ କୁ। ଆଉ ଏଠି ରହି ଡେରେଙ୍ଗ ପ୍ଲାଣ୍ଟ ରେ କାମ କରୁଥିଲେ। ଦିନେ ସେ ଡ୍ୟୁଟି ରୁ ଫେରୁଥିବା ବେଳେ ଟଙ୍କାର ଟ୍ରକ୍ ସହ ଦୁର୍ଘଟଣା ଘଟିଥିଲା। ଜିତେନ୍ଦ୍ର ଙ୍କ ପ୍ରାଣ ବଞ୍ଚିଗଲା ସିନା କିନ୍ତୁ ସାରା ଜୀବନ ପାଇଁ ହରେଇ ବସିଲେ ତାଙ୍କର ଦୁଇଟି ଗୋଡ଼। ଏପଟେ ମା ଜିତେନ୍ଦ୍ର ଙ୍କ ଏପରି ଅଵସ୍ଥା ଦେଖି ଆର ପାରିକୁ ଚାଲିଗଲେ। ଜିତେନ୍ଦ୍ର ଙ୍କ ଦେଖା ଶୁଣା କରିବାକୁ କେହି ନଥିଲେ। ଏକଥା ଶୁଣିଲା ପରେ ବି ସ୍ଵପ୍ନାରାଣୀ ଙ୍କ ପ୍ରେମ ଟିକେ ବି କମ୍ ହେଇ ନଥିଲା। ଆଉ ମନସ୍ଥ କରିଥିଲେ ୭ ବର୍ଷ ର ପ୍ରେମ କୁ ବିବାହ ର ରୂପ ଦେବାକୁ। ଜିତେନ୍ଦ୍ର ଙ୍କୁ ବିବାହ କରି ଘର ସଂସାର କରିବେ। କିନ୍ତୁ ସ୍ଵପ୍ନାରାଣୀ ଙ୍କ ପରିବାର ରାଜି ନହେବା ସତ୍ତ୍ୱେ ଘରୁ ଗୋଡ଼ କାଢି ବାହାରି ଆସିଲେ ଦିବ୍ୟାଙ୍ଗ ଙ୍କ ପାଈଁ। ତାଳଚେର ଉପ ଜିଲ୍ଲାପାଳ ଙ୍କ ଅଫିସ ନିକଟରେ ଜୀତେନ୍ଦ୍ର ଙ୍କୁ କୋର୍ଟ ମ୍ୟାରେଜ କରିଛନ୍ତି। ଅପର ପକ୍ଷରେ ଜୀତେନ୍ଦ୍ର ଙ୍କ ଏପରି ଅଵସ୍ଥା ରେ କେହି ଦେଖାଶୁଣା କରିବାକୁ ନଥିବା ବେଳେ ଏଭଳି ମୁହୂର୍ତ୍ତ ରେ ସ୍ଵପ୍ନାରାଣୀ ଜୀତେନ୍ଦ୍ର ଙ୍କ ହାତ ଧରି ଥିବାରୁ ବଜ୍ରକୋଟ ର ଗ୍ରାମବାସୀମାନେ ଖୁଶି ଥିବା ବେଳେ ସ୍ଵପ୍ନାରାଣୀ ଙ୍କୁ ପ୍ରଶଂସା ର ସୁଅ ଛୁଟୁଛି।

Share this…
Share on Facebook

Facebook