ମାଇଁ,ଭଣଜା ମିଶି ହାଣିଦେଲେ ମାମୁଁ ଙ୍କୁ l

ଘରୋଇ କଳି ର କରୁଣ ପରିଣତି ହଣା ଖାଇଲେ ସ୍ୱାମୀ ଫେରାର ହେଇଗଲା ଭଣଜା l ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ପଞ୍ଚୁପାଣ୍ଡଵ ଡେରାଡିହ ଗାଁ ରେ l ସୂଚନା ମୁତାବକ ଗୁରୁତର ବାବାଜୀ ବେହେରା ପ୍ରତେକ ଦିନ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ସ୍ତ୍ରୀ ମାନସୀ ଙ୍କୁ ନିର୍ଯାତନା ଦିଅନ୍ତି ଏବଂ ଘରୁ ଟଙ୍କା ନେଇ ନିଶା ଖାଆନ୍ତି l ପରିବାର ପକ୍ଷରୁ ଏହାକୁ ବିରୋଧ କରିଆସୁଛନ୍ତି l ଏବଂ ଆଜି ନିଶା ଖାଇଥିବା ଅବସ୍ଥାରେ ଘରକୁ ଫେରି ଅଶୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ ଖବର ପାଇ ଘଟଣା ସ୍ଥଳରେ ପହଂଚି ଥିଲା ଭଣଜା କିଶୋର ଏହାର ପ୍ରତିବାଦ କରିବା ସହ ମାମୁଁ ଙ୍କୁ ପଚାରିବାରୁ ମାମୁଁ ଉକ୍ଷିପ୍ତ ହୋଇ ଭଣଜା କୁ କଟୁରୀ ରେ ଆକ୍ରମଣ କରିଥିଲା l ଏହାପରେ ସେଇ କଟୁରୀ ମାମୁଁ ହାତରୁ ଛଡାଇ ଭଣଜା ମାମୁଁଙ୍କୁ ହାଣିଥିବା କହିଛନ୍ତି ମାନସୀ ବେହେରା l
Byt-ମାନସୀ ବେହେରା (ବାବାଜୀ ବେହେରା ଙ୍କ ସ୍ତ୍ରୀ )
ଅନ୍ୟ ପକ୍ଷରେ ଗ୍ରାମବାସୀ ମାନେ କହିଛନ୍ତି ଯେ ମାଇଁ ମାନସୀ ଙ୍କ ସହ ଭଣଜା କିଶୋର ଙ୍କର ପରାକ୍ରିୟା ପ୍ରେମ ସମ୍ପର୍କ ଥିଲା ଯାହାକୁ ବିରୋଧ କରିଆସୁଥିଲା ବାବାଜୀ ଯାହାକୁ ନେଇ ଘଟିଛି ଏଭଳି ଘଟଣା l ତେବେ ବାବାଜୀଙ୍କୁ ଗ୍ରାମବାସୀ ଙ୍କ ଦ୍ୱାରା 108 ଯୋଗେ ଗରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଛି l ଖବର ପାଇ ଘଟଣା ସ୍ଥଳରେ ଡେରାବିଶ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି କିନ୍ତୁ ଗଣମଧ୍ୟମ କୁ କୌଣସି ପତିକ୍ରିୟା ଦେବେନି ବୋଲି କହିଛନ୍ତି S i ନାରାୟଣ ମହାରଣା l

Share this…
Share on Facebook

Facebook