୧-ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି ସାଇବର ଠକ । କେବଳ ରାଜଧାନୀରେ ୭ ମାସରେ ଠକି ନେଲେ ୭ କୋଟିରୁ ଅଧିକ ।
୨-ନ୍ୟୁଡ୍ କଲ୍ ଠକେଇ ହେଲେ ତୁରନ୍ତ ଥାନାକୁ ଆସନ୍ତୁ: ପ୍ରତୀକ ସିଂ ।
୩-ଇଂଲଣ୍ଡ ବିପକ୍ଷ ନିଶ୍ଚିତ ବିଜୟକୁ ଡ୍ରରେ ଶେଷ କରିଥିବା ଭାରତୀୟ ପୁରୁଷ ହକି ଟିମ ଆଜି ତା’ର ଜଲୱା ଦେଖାଇଛି। ମନପ୍ରୀତ ସିଂହଙ୍କ ଭାରତୀୟ ଟିମ୍ କାନାଡାକୁ ୮-୦ ଗୋଲରେ ପରାସ୍ତ କରିଛି। ଏହି ବିଜୟ ସହ ଦଳ ବୁଲ୍ ବି’ର ୧ନଂ ସ୍ଥାନରେ ପହଞ୍ଚି ଯାଇଛି।
୪-ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କୁଚିଣ୍ଡା-ବଲାଙ୍ଗୀରରେ ଖୋଲିବ ୨ ନୂଆ ଆଇଟିଆଇ ।
୫-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କଲେ ବିଧାୟକ ଟିମ୍, ଅଭିନନ୍ଦନ ସଂକଳ୍ପ ନେଇ କଲେ ଅବଗତ ।
୬-ଜୱାହିିରିଙ୍କ ମୃତ୍ୟୁ ପରେ ହାଇଆଲର୍ଟ। ନାଗରିକକୁ ସର୍ତକ ରହିବାକୁ ଆମେରିକାର ପରାମର୍ଶ।
୭-ନିଜ ପ୍ଲାଟଫର୍ମରୁ ୫ ଲକ୍ଷରୁ ଅଧିକ କ୍ଷତିକାରକ କଣ୍ଟେଣ୍ଟ ହଟାଇଲା ଗୁଗଲ ।
୮-ଅର୍ଥ ହେରଫେର ମାମଲାରେ ୟଙ୍ଗ୍ ଇଣ୍ଡିଆ କାର୍ଯ୍ୟାଳୟକୁ ସିଲ କଲା ଇଡି। ବିନା ଅନୁମତିରେ କାର୍ଯ୍ୟାଳୟ ନ ଖୋଲିବାକୁ ନିର୍ଦ୍ଦେଶ।
୯-ଶ୍ରୀମନ୍ଦିର ଗର୍ଭଗୃହରୁ ପଥର ନୁହେଁ ପ୍ଲାଷ୍ଟର ଖସିଥିବା କହିଲେ ପୁରୀ ଜିଲ୍ଲାପାଳ । ରିପୋର୍ଟ ଦାଖଲ କଲେ ଦେଉଳ କମାଣ୍ଡର ।
୧୦-କେନ୍ଦ୍ର ସରକାରଙ୍କ ଘେଷଣା, ଅଗଷ୍ଟ ୧୫ ପର୍ଯ୍ୟନ୍ତ ଲାଗିବ ନାହିଁ ବିଭିନ୍ନ ସ୍ମାରକୀ, ମ୍ୟୁଜିୟମ, ସଂଗ୍ରହାଳୟର ପ୍ରବେଶ ଫି ।
୧୧-ବଦଳିଲା ମମତା ବାନାର୍ଜୀଙ୍କ କ୍ୟାବିନେଟ୍, ମନ୍ତ୍ରୀମଣ୍ଡଳରେ ବାବୁଲ୍ ସୁପ୍ରିୟୋଙ୍କ ସମେତ ୧୦ ନୂଆ ମୁଁହ ସାମିଲ ।
୧୨-ରାଜ୍ୟରେ ଡ୍ରପ୍ ଆଉଟ୍ ରୋକିବା ପାଇଁ ୧୦୦ଟି ହାଇସ୍କୁଲକୁ ଅପଗ୍ରେଡ୍ କରିବ ଗଣଶିକ୍ଷା ବିଭାଗ : ମନ୍ତ୍ରୀ ସମୀର ଦାସ
୧୩-ନିର୍ବାଚନରେ ମାଗଣା ସଂସ୍କୃତି : ବିଶେଷଜ୍ଞ କମିଟି ଗଠନ ଲାଗି ସୁପ୍ରିମକୋର୍ଟଙ୍କ ପରାମର୍ଶ ।
୧୪-ପୁଲିସ ଆଧୁନିକୀକରଣ : ଓଡିଶା ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ୧୩.୯୧ କୋଟିର ବ୍ୟୟ ବରାଦ ।
୧୫-୭୫ ହଜାରରୁ ଅଧିକ ଷ୍ଟାର୍ଟଅପ୍କୁ ମିଳିଛି ମାନ୍ୟତା; ବାଣିଜ୍ୟ, ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ।
୧୬-ACP / Inspector ଓ SI ସ୍ତରରେ ଅଦଳବଦଳ, ବଦଳିଲେ କମିଶନରେଟ୍ ପୋଲିସର ୩୧ ଜଣ ଅଧିକାରୀ ।
୧୭-ଅପମିଶ୍ରଣକାରୀଙ୍କ ପାଇଁ କଠୋର ହେଲା FSSAI, ୧୪ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ସ୍ୱତନ୍ତ୍ର ଅଭିଯାନ, ଯାଞ୍ଚ ହେବ ଖାଇବା ତେଲ ମାନ ।