ଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତା ଶୁଭ ଶିଳାନ୍ୟାସ ।

-ନିଶ୍ଚିନ୍ତକୋଇଲି ବ୍ଲକ କେଣ୍ଟାଳ ଓ କଟରପଡା ପଞ୍ଚାୟତ ରେ ପୁର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ କରକମଳରେ ଲୋକମାନଙ୍କ ଗମନା ଗମନ ସୁବିଧାକୁ ଆଖିଆଗରେ ରଖି ୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବେୟରେ ଏକ ବୃହତ ରାସ୍ତା ପ୍ରକଳ୍ପ ର ଶୁଭ ଶିଳାନ୍ୟାସ କରାଯାଇଛି । କୁଳଶୁକରପଡା ପଟନାୟକ ଛକ ଠାରୁ କଟରପଡା ଭାୟା ମାଳିଆ ଛକ ପର୍ଯ୍ୟନ୍ତ ଏହି ମୁଖ୍ୟ ରାସ୍ତାର ନବୀକରଣ ଓ ପ୍ରଶସ୍ତି କରଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବା ପାଇଁ ବିଧାୟକ ଶ୍ରୀ ଜେନା ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବିଜେଡି ସଭାପତି ରମାକାନ୍ତ ମହାନ୍ତି ,ପୁର୍ବତନ ଜିଲ୍ଲା ପରିଷଦ ପ୍ରକାଶ କୁମାର ସାହୁ, ସରପଞ୍ଚ ତୃପ୍ତି ନାୟକ ,ରାକେଶ ସାମଲ, ଅନ୍ନଦା ପ୍ରସନ୍ନ ନାୟକ ଙ୍କ ସମେତ ବହୁ ବିଜେଡି ନେତୃବୃନ୍ଦ ଯୋଗଦାନ କରିଥିଲେ ।

Share this…
Share on Facebook

Facebook