🏓ଖବର ଆଜିର🏓 ତାରିଖ ୦୩-୦୮-୨୦୨୨/ବୁଧବାର

୧-ରାଜ୍ୟରେ ଭୟାବହ ହେଉଛି କ୍ୟାନସର: ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ, ଦିନରେ ମରୁଛନ୍ତି ୩୦ଜଣ

୨-ପଦକ ବିଜୟ ଜାରି: ଟେବୁଲ ଟେନିସରେ ଭାରତକୁ ସ୍ୱର୍ଣ୍ଣ, ଭାରୋତ୍ତୋଳନରେ ବିକାଶ ଜିତିଲେ ରୌପ୍ୟ

୩-ଲନ ବଲ୍ସରେ ଭାରତକୁ ଐତିହାସିକ ସ୍ୱର୍ଣ୍ଣ ପଦକ: ମହିଳା ଟିମ ରଚିଲେ ଇତିହାସ

୪-ନିରାଶ କଲେ ଦୁତୀ – ରାଜ୍ୟଗୋଷ୍ଠୀ କ୍ରୀଡା ୧୦୦ ଦୌଡର ସେମିଫାଇନାଲ୍‌ ପାଇଁ ଯୋଗ୍ୟତା ଅର୍ଜନ କରିପାରିଲେ ନାହିଁ।

୫-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନୀକୁ ନେଇ ପ୍ରକାଶ ପାଇବ ପୁସ୍ତକ

୬-ଆଜି ହେବ ଜୟପୁର ବିମାନ ବନ୍ଦରରୁ ପରୀକ୍ଷାମୂଳକ ବିମାନ ଉଡ଼ାଣ

୭-ମୁସେୱାଲାଙ୍କ ମୃତ୍ୟୁ ପରେ ପଞ୍ଜାବୀ କଣ୍ଠଶିଳ୍ପୀ ଜାନୀଙ୍କୁ ହତ୍ୟା ଧମକ, ମୁଖ୍ୟମନ୍ତ୍ରୀଙ୍କୁ ମାଗିଲେ ସୁରକ୍ଷା ।

୮-କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍ ବେଳେ ଗଣ୍ଡଗୋଳ; ନେପାଳ-ବାଂଲାଦେଶ ଖେଳାଳି ମୁହାଁମୁହିଁ ।

୯-ପ୍ରକାଶ ପାଇଲା ଓଡିଶା ପଲିଟେକ୍‌ନିକ୍‌ ରାଙ୍କ: କିଟ ପଲିଟେକ୍‌ନିକ ପ୍ରଥମ, ଯାଜପୁର ସରକାରୀ ପଲିଟେକ୍‌ନିକ ଦ୍ବିତୀୟ

୧୦-ହାତୀ କଙ୍କାଳ ପରୀକ୍ଷଣ ପାଇଁ ଆସିଲା କିଟ୍: ହାଡରୁ ଡିଏନଏ ଚିହ୍ନିବ ଆମେରିକା କିଟ୍ ।

୧୧-ଅଣ୍ଟା ଭିଡ଼ିଲା ଆମ୍ ଆଦମୀ ପାର୍ଟି: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ କଲା ପ୍ରାର୍ଥୀ ଘୋଷଣା

୧୨-ଟଙ୍କା ଉଠାଣରେ ଲାଗିବନି ଜିଏସ୍‌ଟି।

୧୩-ଚିଟ୍‌ଫଣ୍ଡ ମାମଲାରେ ସିବିଆଇର କଚ୍ଛପ ଗତି: ୮ବର୍ଷରେ ମାତ୍ର ଗୋଟିଏର ବିଚାର ସରିଛି ।

୧୪-ଆନ୍ଧ୍ରପ୍ରଦେଶର ଅଚ୍ୟୁତପୁରମ ରେ ଏକ କେମିକାଲ କମ୍ପାନୀରେ ଗ୍ୟାସ୍ ଲିକ୍ ହେବାର ମାମଲା ସାମ୍ନାକୁ ଆସିଛି । ଗ୍ୟାସ୍ ଲିକ୍ ହେବା କାରଣରୁ ୫୦ ମହିଳାଙ୍କ ଅସୁସ୍ଥ ହୋଇପଡ଼ିଥିଲେ ସେମାନଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

୧୫-୭ରୁ ଜେଇଇ ଆଡ୍‌ଭାନ୍ସଡ ଆବେଦନ, ସେପ୍ଟମ୍ବର ୧୧ରେ ରେଜଲ୍ଟ ।

୧୬-ମିଳିଲା ଦୁର୍ଘଟଣାଗ୍ରସ୍ତ ପାକ୍‌ ସେନାର ହେଲିକପ୍ଟର, ୬ ମୃତଦେହ ଉଦ୍ଧାର ।

Share this…
Share on Facebook

Facebook