ଆଙ୍କର – ଆଇନ ହୋଇଥାଏ ଲୋକଙ୍କୁ ନ୍ୟାୟ ଦେବା ପାଇଁ । ସମସ୍ତଙ୍କ ଠାରୁ ନିରାଶ ହେଲା ପରେ ଲୋକେ ଆଇନ କୁ ହିଁ ଭରସା କରିଥାନ୍ତି । କିନ୍ତୁ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି କିଛି ଅଭାବ ନିୟ ଘଟଣା ବାପା ର ଶବ ନେବା ପାଇଁ ପୁଅ 3 ରାଜ୍ୟ ବୁଲିବା ସହ 5 ଦିନରେ ହେଉଛି ଶବ ବ୍ୟବଛେଦ । ସୂଚନା ଅନୁଯାୟୀ ଉତରପ୍ରଦେଶ ରାଜ୍ୟ କୃଷ୍ଣନଗର ଗ୍ରାମର ଶଙ୍କର ବିଶ୍ୱାସ ମାଲକାନଗିରି ଜିଲ୍ଲାର ଏମ ଭି 42 ଗ୍ରାମରେ ଥିବା ନିଜ ସମ୍ପର୍କୀୟ ଙ୍କ ଘରକୁ ଆସୁଥିଲେ । ଆସିବା ସମୟରେ ଆନ୍ଧ୍ରପ୍ରଦେଶ ର ଚିନ୍ତୁର ଠାରେ ଥିବା ଏକ ଢାବା କର୍ମଚାରୀ ଙ୍କ ସହ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା ଯାହାଫଳରେ ସେହି ଢାବା କର୍ମଚାରୀ ମାନେ ସେହି ବୁଦ୍ଧକୁ ହାତ ଗୋଡ ବାନ୍ଧି ନିସ୍ତୁକ ମାଡ ମାରିବା ସହ ତା ଉପରେ ଗରମ ତେଲ ପକେଇ ଦେଇଥିଲେ ଏହି ଆକ୍ରମଣ ରେ ବୁଢା ଟି ର ଅବସ୍ଥା ଗୁରୁତର ହୋଇପଡିଥିଲା । ତେବେ ସେ ମାଲକାନଗିରି ପହଁଚିବା ପରେ ନିଜ ସମ୍ପର୍କୀୟ ତାଙ୍କୁ ମାଲକାନଗିରି ସ୍ୱାସ୍ତ୍ୟ କେନ୍ଦ୍ରକୁ ନେବା ସମୟରେ ତାର ମୃତ୍ୟୁ ଘଟିଥିଲା । ତେବେ ସେହି ବୁଦ୍ଧ ଜଣକଙ୍କ ମୃତ ଦେହ ନେବା ପାଇଁ ପରିବାର ଲୋକେ ଛତିଶଗଡ଼ ର କୋଣ୍ଟା ଥାନା ଓ ପରେ ଆନ୍ଧ୍ରପ୍ରଦେଶ ର ଚିନ୍ତୁର ଥାନା ଶେଷରେ ମାଲକାନଗିରି ଥାନାର ଦ୍ୱାରସ୍ଥ ହେବା ପରେ ଆଜି 5 ଦିନରେ ଆନ୍ଧ୍ରପ୍ରଦେଶ ପୋଲିସ ଓ ଓଡିଶା ପୋଲିସ ର ରିପୋର୍ଟ ଅନୁଯାୟୀ ପୋଷ୍ଟ ମୋଟମ କରାଯାଇ ଶବ ହସ୍ତାନ୍ତର ନିମନ୍ତେ ପକ୍ରିୟା ଚାଲିଛି ।
ବାଇଟ – ପୁଅ
ବାଇଟ – ଭଣଜା