ପୁର୍ବ ଶତୃତାକୁ କେନ୍ଦ୍ର କରି ଘର ପୋଡିଦେଲେ ଦୁବୃତ @ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ | ଦେଖନ୍ତୁ ଭିଡ଼ିଓ

@ସେପଟେ ଅଗ୍ନିବିପନଙ୍କୁ ଭେଟି ସମବେଦନା ଜଣାଇଲେ ପିପିଲି ବିଧାୟକ ଙ୍କ ସହ ଅନ୍ୟ ଦଳର ନେତା ଓ କର୍ମୀ ଭୟାନକ ଅଗ୍ନିକାଣ୍ଡରେ ୬ଟି ପରିବାର ର ୯ବଖରା ଘର ପୋଡି ପାଉଁସ ହୋଇ ଯାଇଥିବା ବେଳେ ଅନୁମାନିକ ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ଏଭଳି ସମ୍ବେଦନଶିଳ ଘଟଣା ପୁରୀ ଜିଲ୍ଲା ପିପିଲି ବ୍ଲକ ସରସ୍ୱତୀପୁର ଗ୍ରାମ ପଂଚାୟତ ବାଲିଉପର ସାହି ରେ ଘଟିଛି ।  ଖବର ପାଇ ଘଟଣାସ୍ଥଳରେ ପିପିଲି ଅଗ୍ନିଶମ ବାହୀନି ପହଂଚି ନିଆଁକୁ ଆୟତ କରିଥିବା ବେଳେ  ବଳଙ୍ଗା ପୋଲିସ ପକ୍ଷରୁ ସେଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ଘଟଣା ଘଟିବା କେଇଘଣ୍ଟା ପୁର୍ବରୁ ପୋଲିସକୁ ସୂଚନା ଦିଆଯାଇଥିବା ପିଡିତ ପରିବାରର ଫୋନ କଲ ରେକର୍ଡ ଏବେ ଭାଇରାଲ ହେବାରେ ଲାଗିଛି ।  ଶୁଣନ୍ତୁ ପୋଲିସକୁ କଣ କହିଥିଲେ ଅଗ୍ନୀବିପନ୍ନ ପିଡିତା
କଲ ରେକର୍ଡ-  ପିଡିତା

ଅଗ୍ନିକାଣ୍ଡ ପରେ ଗତକାଲି ପିଡିତ ପରିବାର ପକ୍ଷରୁ ରେଣୁକା ସ୍ୱାଇଁ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ବଳଙ୍ଗା ପୋଲିସ ଅବହେଳା ଯୋଗୁଁ ଉକ୍ତ ଗ୍ରାମର କିଛି ବ୍ୟକ୍ତି ପୁର୍ବ ଶତୃତାକୁ କେନ୍ଦ୍ର କରି ଆକ୍ରୋଶ ମୁଳକ ଭାବେ ଅଗ୍ନିକାଣ୍ଡ ଘଟାଇ ଏଭଳି କାଣ୍ଡ ଭିଆଇ ଥିବା କହିଛନ୍ତି ।

ବାଇଟ- ରେଣୁକା ସ୍ୱାଇଁ

କିନ୍ତୁ ଅନ୍ୟପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିଯୁକ୍ତ ପରିବାର ର ଦାଦା ସହଦେବ ସ୍ୱାଇଁ । ନିଜକୁ ନିଜେ ଘରେ ନିଆଁ ଲଗାଇ ମୋ ପୁତରା ମାନଙ୍କୁ ଆହୁରି ଫସାଇବା ପାଇଁ ଉଦ୍ୟମ କରାଯାଉଥିବା ପାଲଟ ସେ ଅଭିଯୋଗ ବାଢିଛନ୍ତି ।

ବାଇଟ-ଅଭିଯୁକ୍ତ ପରିବାର ର ଦାଦା ସହଦେବ ସ୍ୱାଇଁ

ତେବେ ବଳଙ୍ଗା ପୋଲିସ ଏହି ଘଟଣା ନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି ।  ସେପଟେ ଖବର ପାଇ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରୀତ ପଟ୍ଟନାୟକ,ସରପଂଚଞ୍ଚ ପ୍ରତିନିଧି ନିରଞ୍ଜନ ଜେନା ଙ୍କ ସହ ଅନ୍ୟ କର୍ମୀ ମାନେ ଘଟଣାସ୍ଥଳକୁ ଯାଇ  ବିପନ ମାନଙ୍କୁ ଭେଟି ସମବେଦନା ଜଣାଇବା ସହିତ ଚୂଡା, ବିସ୍କୁଟ, ପଲିଥିନି, ଆଦି ଯୋଗାଇ ଦେଇଛନ୍ତି । ପରେ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ, ପିପିଲି ତହସିଲଦାର ପୁନମ ମହାପାତ୍ର ଘଟଣା ସ୍ଥଳ ପରିଦର୍ଶନ କରି ସରସ୍ୱତୀପୁର ଆର ଆଇ ଙ୍କୁ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଧେଶ ଦେଇଥିବା କହିଛନ୍ତି ।

ବାଇଟି- ତହସିଲଦାର ପୁନମ ମହାପାତ୍ର
ପରେ କଂଗ୍ରେସ ନେତ୍ରୀ ନିରୁପମା ପାତ୍ର ଅଗ୍ନିବିପନ୍ନ ଙ୍କୁ ଭେଟି କିଛି ନିତି ଦିନିଆ ବସ୍ତ୍ର ପ୍ରଦାନ କରିବା ସହ ଚୁଡା ବିସ୍କୁଟ ଓ ସୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି । ସେହିଭଳି  ବିଜୁ ଜନତା ଦଳର ରାଜ୍ୟ ସଂପାଦକ ପ୍ରୀୟବ୍ରତ ସାମନ୍ତରାୟ   ଅଗ୍ନିବିପନ ମାନଙ୍କୁ  ଭେଟି ସମବେଦନା ଜଣାଇବା ସହ ଏଭଳି କାଣ୍ଡ କୁ ଘୋର ନିନ୍ଦା କରିଛନ୍ତି । ଏବଂ ଆଇନଗତ ସହଯୋଗ ପାଇଁ ପିପିଲି ଏସଡିପିଓ ଙ୍କ ସହ ଆଲୋଚନା କରିବେ ବୋଲି ଉଭୟେ କହିଛନ୍ତି ।
ବାଇଟ- କଂଗ୍ରେସ ନେତ୍ରୀ ନିରୁପମା ପାତ୍ର
ବାଇଟି -ବିଜେଡି ରାଜ୍ୟ ସଂପାଦକ ପ୍ରୀୟବ୍ରତ ସାମନ୍ତରାୟ

ତେବେ ଏହି ଘଟଣାର ୨୪ଘଣ୍ଟା ବିତିଯାଇ ଥିଲେ ମଧ୍ୟ ପୋଲିସ ହାତ ଖାଲି ରହିଛି । ତେବେ ଆଗକୁ ପୋଲିସ କେଉଁ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା

Share this…
Share on Facebook

Facebook