🏓ଖବର ଆଜିର🏓 ତାରିଖ ୦୨-୦୮-୨୦୨୨/ମଙ୍ଗଳବାର

୧-ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୋମବାର ପୁରୁଷ ହକି ବିଭାଗ ପୁଲ୍‌ ବି’​ରେ‌ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୪-୪ ଗୋଲ୍‌ରେ ଡ୍ର ରହିଛି।

୨-ରାଜ୍ୟଗୋଷ୍ଠୀ କ୍ରୀଡ଼ା : ଜୁଡୋରେ ସୁଶୀଲାଙ୍କୁ ରୌପ୍ୟ, ବିଜୟଙ୍କୁ ବ୍ରୋଞ୍ଜ୍‌

୩-ମୋଦୀଙ୍କ ନେତୃତ୍ବରେ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବ ବିଜେପି : ଅମିତ ଶାହା

୪-ଦେଶ ମାନ୍ଦାବସ୍ଥାର ସମ୍ମୁଖୀନ ହେବ ନାହିଁ: ସୀତାରମଣ

୫-ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଆଠମଲ୍ଲିକ ଗସ୍ତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ

୬-ଦେଓମାଳି କାହାର ସେ ନେଇ ଆରମ୍ଭ ହେଲା ଚର୍ଚ୍ଚା: ମନ୍ତ୍ରୀ କହିଲେ, ରାଜସ୍ୱ ଓ ଜଙ୍ଗଲ ବିଭାଗ ରେକର୍ଡରେ ନାହିଁ ତଥ୍ୟ

୭-ମୁକେଶ ଅମ୍ଵାନୀ କିଣିଲେ ୮୮,୦୭୮ କୋଟି ଟଙ୍କାର ସ୍ପେକ୍ଟ୍ରମ, ଦେଶର କୋଣ ଅନୁକୋଣକୁ ପହଞ୍ଚାଇବେ ୫ଜି ନେଟଓ୍ଵର୍କ

୮-ଆମ ସେନା ଚୁପ୍ ବସିବ ନାହିଁ’, ପେଲୋସିଙ୍କ ତାଇୱାନ ଗସ୍ତ ଉପରେ ଆମେରିକାକୁ ଯୁଦ୍ଧର ଚେତାବନୀ ଦେଲା ଚୀନ

୯-ପଶ୍ଚିମବଙ୍ଗରେ ନଗଦ ଟଙ୍କା ସହ କଂଗ୍ରେସ ବିଧାୟକ ଗିରଫ ଘଟଣା: ଝାଡଖଣ୍ଡରେ ସରକାର ଭାଙ୍ଗିବାକୁ ପ୍ରୟାସ ହୋଇଥିବା କହିଲା କଂଗ୍ରେସ

୧୦-ଭୋଟର ତାଲିକାରେ ଆଧାର ସଂଯୋଗୀକରଣ ପାଇଁ ପ୍ରକ୍ରିୟା ଆରମ୍ଭ

୧୧-ଗୁଜରାଟୀ, ରାଜସ୍ଥାନ ବାସିନ୍ଦାଙ୍କୁ ହଟାଗଲେ ମୁମ୍ବାଇ ଆର୍ଥିକ ରାଜଧାନୀ ମାନ୍ୟତା ହରାଇବ; ଏଭଳି କହିଥିବାରୁ କ୍ଷମା ମାଗିଲେ ମହାରାଷ୍ଟ୍ର ରାଜ୍ୟପାଳ ।

୧୨-ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବାଚନ: ଟ୍ରସ୍‌ଙ୍କ ବିଜୟ ସମ୍ଭାବନା ୯୦% ଅଧିକ- ରିପୋର୍ଟ

୧୩-ପୁଣି ସକ୍ରିୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସଂସଦରେ ହଙ୍ଗାମା,ବିରୋଧୀଙ୍କ ସମାଲୋଚନା

୧୪-ପଶ୍ଚିମବଙ୍ଗରେ ୭ନୂତନ ଜିଲା ଗଠନ ହେବାକୁ ଯାଉଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଘୋଷଣା କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଜିଲା ସଂଖ୍ୟା ୩୦ରେ ପହଞ୍ଚିବ

୧୫-ନବନିଯୁକ୍ତ ୬ ହଜାର ୮୯୧ ଶିକ୍ଷକଙ୍କୁ ନେଇ କଳିଙ୍ଗ ଷ୍ଟାଡିୟମରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ମୁଖ୍ୟମନ୍ତ୍ରୀ ନବୀନ ଦେଲେ ଗୁରୁମନ୍ତ୍ର

୧୬-ଲୋକସଭାରେ ଦରଦାମ ବୃଦ୍ଧି ଉପରେ ଚର୍ଚ୍ଚା ବେଳେ କଞ୍ଚା ବାଇଗଣ ଖାଇଲେ ଟିଏମସି ସାଂସଦ

୧୭-ଗୋଆରେ ସ୍ମୃତି ଇରାନୀ କିମ୍ବା ତାଙ୍କ ଝିଅଙ୍କ ନାଁରେ କୌଣସି ବାର୍ ଲାଇସେନ୍ସ ନାହିଁ: ଦିଲ୍ଲୀ ହାଇକୋର୍ଟ

୧୮-ଜୁଲାଇ ୨୦୨୨ରେ ମୋଟ ଜିଏସଟି ରାଜସ୍ବ ସଂଗ୍ରହ ଦେଢ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲା

୧୯-ପୁରୀ ଜିଲ୍ଲାର ଗୋପରେ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ର ସନ୍ଧାନ ମିଳିବାପରେ ଖୁବ୍‌ଶୀଘ୍ର ଖନନ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ତା’ ପୂର୍ବରୁ ୩୭ ଜମି ମାଲିକଙ୍କୁ ସୋମବାର ଦିନ ୧୦ କୋଟି ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।

୨୦-ହାତୀ ସୁରକ୍ଷା ସୁପରିଚାଳନା ପାଇଁ ୪ ଥାକିଆ ବ୍ୟବସ୍ଥା ; ତଥାପି ଶିକାରୀ ଗୁଳିରେ ମରୁଛନ୍ତି ହାତୀ ।

Share this…
Share on Facebook

Facebook