ସୁରେଶ୍ବର ସୁଭଦ୍ରା ମହତାବ ମହାବିଦ୍ୟାଳୟ ର ୪୪ତମ ସ୍ଵନକ୍ଷତ୍ର ଦିବସ ।

ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ସୁଭଦ୍ରା ମହତାବ ମହାବିଦ୍ୟାଳୟ ର ୪୪ ତମ ସ୍ଵନକ୍ଷତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସଵ ରେ ମହାବିଦ୍ୟାଳୟ ର ଅଧକ୍ଷ ଡ଼ଃ. ଦିଲୀପ କୁମାର ମିଶ୍ରଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ଯୋଗଦାନ କରି ମହାବିଦ୍ୟାଳୟ ପ୍ରତିଷ୍ଠା କ୍ଷେତ୍ରରେ ଯେଉଁ ବିଶିଷ୍ଟ ମୁରବୀ ମାନଙ୍କ ବଳିଷ୍ଠ ଅବଦାନ ରହିଛି ତାଙ୍କୁ ସ୍ମରଣ କରିଥିଲେ । ପରେ ପରେ ବିଧାୟକ ଶ୍ରୀ ଜେନା ଛାତ୍ର ଛାତ୍ରୀ ଙ୍କ ଶୈକ୍ଷିକ ବିକାଶ ପାଇଁ ଆଜି ପର୍ଯ୍ୟନ୍ତ ବହୁ ବିକାଶମୂଳକ କାର୍ଯ୍ୟ କରାଯାଇଛି ଏବଂ ଯାହା କିଛି ହବାର ଆଵଶ୍ୟକତା ରହିଛି ତାହାକୁ ଯଥାଶୀଘ୍ର କରାଯିବ ବୋଲି ମତବ୍ୟକ୍ତ କରିବା ସହ ସବୁ ପ୍ରତିକୂଳ ପରିସ୍ଥିତିରେ ଆତ୍ମବିଶ୍ବାସ ର ସହିତ ଆଗକୁ ବଢି ନିଜର ଲକ୍ଷସାଧନ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବିଧାୟକ ଶ୍ରୀ ଜେନା ଙ୍କ ସହ ଅତିଥି ଭାବେ ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷା ରୋଜି ସେଠି, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ଅଧକ୍ଷ ଗିରିସରଞ୍ଜନ ମହାପାତ୍ର, ଜିଲ୍ଲା ପରିଷଦ ଜସ୍ମିତା ସେଠୀ, ବିପ୍ଳବ କାପ , ଭୂପତି ଭୁଷଣ ସଣ୍ଡ, ସମାଜସେବୀ ବ୍ରଜମୋହନ ପଣ୍ଡା, ସରପଞ୍ଚ ପ୍ରମୋଦ କୁମାର ପରିଡା, ଅନନ୍ତ କୁମାର ଦାସ ପ୍ରମୁଖ ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଧାପିକା ଡ଼ଃ ସୁପ୍ରଭା ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ପରେ ପରେ ଦିବଂଗତ ଅଧ୍ୟାପକ , କର୍ମଚାରୀ ଓ ପରିଚାଳନା ସମିତି ସଦସ୍ୟମାନଙ୍କ ଉଦେଶ୍ୟ ରେ ସ୍ମୃତିଚାରଣ ଓ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରାଧ୍ୟାପକ ପଦାରବିନ୍ଦ ବିଶ୍ୱାଳ ବିବରଣୀ ପାଠ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ବିଧାୟକ ପ୍ରତାପ ଜେନା ପ୍ରାକ୍ତନ ଅଧକ୍ଷ , ପ୍ରାରମ୍ଭିକ ଅଧ୍ୟାପକ କର୍ମଚାରୀ , କୃତି ଛାତ୍ର ଛାତ୍ରୀମାନଙ୍କୁ ପୁଷ୍ପଗୁଛ , ଉତ୍ତରୀୟ ଓ ମାନପତ୍ର ଦେଇ ସମର୍ଦ୍ଧିତ କରିଥିଲେ । ସ୍ଵନକ୍ଷତ୍ର ଉତ୍ସଵ ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପ୍ରାଧ୍ୟାପକ ପ୍ରଗତି ନାୟକ, ଅଧ୍ୟାପକ ରଞ୍ଜନ କୁମାର ସେଠୀ, ରଜନୀକାନ୍ତ ପଣ୍ଡା, ବଳରାମ ସ୍ୱାଇଁ, ଅନୁସୟା ରାଉତରାୟ , ଶାଶ୍ୱତି ସେତାଲିନା ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନା ରେ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ପ୍ରାଧ୍ୟାପକ ମହମ୍ମଦ ସକିଲ ଧନ୍ୟବାଦ ଅର୍ପଣ କରିଥିଲେ । (Byte) ନିଶ୍ଚିନ୍ତକୋଇଲି ରୁ ଦେବେନ୍ଦ୍ର ଷଡ଼ଙ୍ଗୀ ଙ୍କ ରିପୋର୍ଟ ।

Share this…
Share on Facebook

Facebook