ଖବର ଆଜିର ତାରିଖ ୩୧-୦୭-୨୦୨୨/ରବିବାର

୧-ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା। ପ୍ରେସମିଟରେ ଘୋଷଣା କଲା ଦଳ

୨-ସାବିତ୍ରୀ ଜିନ୍ଦଲ ହେଲେ ଏସିଆର ସବୁଠୁ ଧନୀ ମହିଳା, ଚୀନ କୋଟିପତିଙ୍କୁ ପଛରେ ପକାଇଲେ ।

୩-ଦିନେ ସେ ବଣ ଜଙ୍ଗଲରୁ କାଠ ଉଠାଉଥିଲେ। ଆଜି ବିଶ୍ବସ୍ତରରେ ଦେଶକୁ ଗର୍ବିତ କରୁଛନ୍ତି। ଗୋଲ୍‌ଡେନ୍ ଗାର୍ଲ ସାଇଖମ ମୀରାବାଇ ଚାନୁ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚମକ ଦେଖାଇ ଭାରତକୁ ସ୍ବର୍ଣ୍ଣ ପଦକ ଉପହାର ଦେଇଛନ୍ତି।

୪-ୱେଟଲିଫ୍ଟର ଗୁରୁରାଜା ପୂଜାରୀ ବର୍ମିଂହାମ କମନୱେଲଥ ଗେଗ୍ସ ୨୦୨୨ ରେ ଭାରତକୁ ଦ୍ୱିତୀୟ ମେଡାଲ ଆଣିଦେଇଛନ୍ତି । ପୂଜାରୀ ୬୧ କେଜି ଇଭେଣ୍ଟରେ ବ୍ରୋଞ୍ଜ ମେଡାଲ ହାତେଇଛନ୍ତି

୫- ୨ ତାରିଖରେ ଦିଲ୍ଲୀ ଗସ୍ତ କରିବେ ଓଡିଶାର ୨୫ ବିଧାୟକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ୨୫ ଜଣିଆ ବିଧାୟକ ଦଳ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଦିଲ୍ଲୀ ଗସ୍ତ କରିବ

୬-ଚେନ୍ନାଇର ଆନ୍ନା ବିଶ୍ୱବିଦ୍ୟାଳୟର ୪୨ତମ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

୭-ଜିମ୍ବାଓ୍ବେ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ, ବିରାଟ, ରୋହିତଙ୍କୁ ବିଶ୍ରାମ

୮-ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ; ମଙ୍କି ପକ୍ସ ଚିକିତ୍ସା ପାଇଁ ଜାରି ହେବ ମାର୍ଗଦର୍ଶିକା

୯-କାଶୀପୁରରେ ମୁଣ୍ଡ ଗୋଟାଉଛି କଲେରା; ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି, ୪୪ ଆକ୍ରାନ୍ତ ଚିକିତ୍ସାଧୀନ

୧୦-ଦେଶର ବହୁ କମ ଲୋକ ହିଁ ଅଦାଲତ ପହଞ୍ଚି ପାରୁଛନ୍ତି, ମାଧ୍ୟମ ଅଭାବରୁ ଅନେକ ନିରବ ରହି ପୀଡା ସହୁଛନ୍ତି: ପ୍ରଧାନ ବିଚାରପତି

୧୧-ଟ୍ୱିଟର ବିରୋଧରେ ମାମଲା ଦାୟର କରିଲେ ଏଲନ ମସ୍କ । ଟ୍ୱିଟର ଓ ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍ ଟୁଇଟର ମଧ୍ୟରେ ଲଢେଇ ଏବେ କୋର୍ଟରେ ଲଢାଯିବ

୧୨-ସୁନ୍ଦର‌ଗଡ଼ ମେଡିକାଲ କଲେଜକୁ ଅନୁମୋଦନ, ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବ ପାଠପଢ଼ା

୧୩-ବିଦ୍ୟୁତ୍ କମ୍ପାନିଙ୍କ ଅଢ଼େଇ ଲକ୍ଷ କୋଟି ବାକି: ବକେୟା ପଇଠ ପାଇଁ ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ।

୧୪-ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳଙ୍କର ୨୫ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଜମାକୁ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)।

୧୫-ମଙ୍କିପକ୍ସ ଭୟ: ସମଲିଙ୍ଗୀ, ଯୌନକର୍ମୀଙ୍କ ଉପରେ ନଜର ।

୧୬-ଜିଏମୟୁରେ ଗଣ୍ଡଗୋଳ, କାର୍ଯ୍ୟନୁଷ୍ଠାନ ଦାବିରେ ଟାଉନ ଥାନା ଘେରାଉ ।

୧୭-କେନ୍ଦୁଝରରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବାକୁ ଆହ୍ଵାନ କଲେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ।

୧୮-ଦେଶର ସବୁଠୁ ବଡ଼ ବ୍ୟାଙ୍କ ଘୋଟାଲା ମାମଲା, ବିଲ୍ଡରଙ୍କ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଜବତ କଲା ସିବିଆଇ ।

୧୯-ମନି ଲଣ୍ଡରିଂ ମାମଲା: କାର୍ଭି ଷ୍ଟକ ବ୍ରୋକିଂ ଲିଃର ୧୧୦ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି ।

Share this…
Share on Facebook

Facebook