ଦୋକାନ ଚୋରି ; ବଜାର କମିଟି ପକ୍ଷରୁ ଥାନାରେ ଅଭିଯୋଗ ।

ମାହାଙ୍ଗା ରେ ହୋଇଛି ସିରିଜ ଚୋରି,କଟକ ଜିଲ୍ଲା ମାହାଙ୍ଗା ଗୌଡ଼ଗୋପ ବଜାର ର ୫ ଟି ଦୋକାନ ଓ ଇଟାମୁଣ୍ଡଳି ରେ ଗୋଟିଏ ଦୋକାନ ରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ ମାନେ ଲକ୍ଷାଧିକ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଚୋରି କରିଥିବା ନେଇ ବଜାର କମିଟି ପକ୍ଷରୁ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି।ବଜାର ରୁ ହାର୍ଡୱାର ଦୋକାନ, ଇଲେକ୍ଟ୍ରି ଦୋକାନ,ଲୁଗା ଦୋକାନ, ଗ୍ରୋସେରି ଦୋକାନ ର ତାଲା ଭାଙ୍ଗି ଦୁର୍ବୃତ ମାନେ ଚୋରି କରିଛନ୍ତି। ଚୋର ମାନେ ଚୋରି କରିବା ପରେ ପାଖରେ ଥିବା ଚୋରା ମଦ ଦୋକାନ ନିକଟରେ ଟଙ୍କା ଥିବା ଖାଲି ବାକ୍ସ ପକେଇ ଚାଲିଯାଇଥିଲେ।ପୋଲିସ ପେଟ୍ରୋଲିଂଗ ର ଅଭାବ ଓ ଚୋରା ମଦ ଦୋକାନ ଯୋଗୁ ଚୋରମାନେ ଖୁଲମଖୁଲା ଚୋରି କରୁଥିବା ନେଇ ବଜାର କମିଟି ତରଫରୁ ଅଭିଯୋଗ କରାଯାଇଛି।ଘଟଣାସ୍ଥଳରେ ମାହାଙ୍ଗା ପୋଲିସ ପହଞ୍ଚି ତଦନ୍ତ କରିବା ସହ ତୁରନ୍ତ ଚୋରମାନକୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି।
Byte-୧ ଅଜୟ ପ୍ରଧାନ ମହାପାତ୍ର (ବଜାର କମିଟି କର୍ମକର୍ତ୍ତା)
Byte-୨ ପ୍ରଦୀପ୍ତ ସାହୁ(ଦୋକାନୀ)
Byte-୩ ନବଘନ ସାହୁ(ଦୋକାନୀ) ମାହାଙ୍ଗା ରୁ ଦେବେନ୍ଦ୍ର ଷଡ଼ଙ୍ଗୀ ଙ୍କ ରିପୋର୍ଟ ।

Share this…
Share on Facebook

Facebook