ଖବର ଆଜିର ତାରିଖ ୩୦-୦୭-୨୦୨୨/ଶନିବାର

ବଦଳିଯାଇଛି ସିଲାବସ୍, ହେଲେ ଏବେ ବି ପୁରୁଣା ବହି ପଢ଼ୁଛନ୍ତି ମାଟ୍ରିକ୍‌ ଛାତ୍ରଛାତ୍ରୀ ।

ବ୍ୟାଟିଂ ଏବଂ ବୋଲିଂରେ ଭାରତର ଦମଦାର ପ୍ରଦର୍ଶନ, ପ୍ରଥମ ଟି-୨୦ରେ ଓ୍ଵେଷ୍ଟଇଣ୍ଡିଜକୁ ୬୮ ରନରେ ହରାଇଲା ।

୧-ଯୋଗୀଙ୍କ ଠାରୁ ୫ ପାଦ ଆଗକୁ ଯାଇ ନିଷ୍ପତ୍ତି ନେବୁ, ଦରକାର ପଡ଼ିଲେ ଏନ୍‌କାଉଣ୍ଟର କରିବୁ: ପ୍ରବୀଣ ହତ୍ୟାକାଣ୍ଡ ନେଇ କର୍ଣ୍ଣାଟକ ମନ୍ତ୍ରୀଙ୍କ ବୟାନ ।

ଭୁବନେଶ୍ୱରରେ ଇ-ବସ ଓ ଇ-ରିକ୍ସା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଶିବ ଥାପାଙ୍କ ଆଗରେ ଧରାଶାୟୀ ପାକିସ୍ତାନୀ ବକ୍ସର ସୁଲେମାନ, ୫-୦ରେ ହରାଇ ପ୍ରି-କ୍ୱାର୍ଟରରେ ପ୍ରବେଶ ।

“ରାଷ୍ଟ୍ରପତ୍ନୀ” ବିବାଦ; ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି କ୍ଷମା ମାଗିଲେ ଅଧିର ରଞ୍ଜନ ଚୌଧରୀ ।

ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ୫ଜି ସ୍ପେକ୍ଟ୍ରମ ଶୁକ୍ରବାରଦିନ ଶେଷ ହୋଇଛି । ଏହି ୪ଦିନରେ ମୋଟ ୨୩ ରାଉଣ୍ଡ ବିଡିଂ ହୋଇଥିଲା । ଶୁକ୍ରବାର ଅର୍ଥାତ ଚୁଡ଼ାନ୍ତ ଦିନରେ ପ୍ରାୟ ୭ ରାଉଣ୍ଡ ବିଡିଂ ହୋଇଥିଲା । ଏହି ନିଲାମରୁ ସରକାର ମୋଟ ୧ ଲକ୍ଷ ୪୯ ହଜାର ୮୫୫ କୋଟି ଟଙ୍କା ପାଇଛନ୍ତି ବୋଲି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ।

ନିବେଶ ପାଇଁ ଓଡ଼ିଶା ପସନ୍ଦର ସ୍ଥାନ ରିପୋର୍ଟ: ୪ ବର୍ଷରେ ୩.୮୨ ଲକ୍ଷ କୋଟି ନୂଆ ନିବେଶ।

ଓଲା-ଉବର ମିଶ୍ରଣ ଆଲୋଚନା: ରିପୋର୍ଟକୁ ଓଲା ସହ ପ୍ରତିଷ୍ଠାତାଙ୍କ ଖଣ୍ଡନ ।

କଲ୍ୟାଣସିଂହପୁରକୁ ବ୍ୟାପିଲା ଝାଡ଼ାବାନ୍ତି, ଜଣେ ମୃତ, ୧୦ ଆକ୍ରାନ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ।

ସମଗ୍ର ବିଶ୍ୱ ଭାରତର ଯୁବ ସମାଜ ଉପରେ ଆଶା ରଖିଛି: ମୋଦୀ ।

ସେନ୍‌ସେକ୍ସରେ ୭୧୨ ପଏଣ୍ଟ୍‌ ବୃଦ୍ଧି ।

ଆସନ୍ତା ଅଗଷ୍ଟ ପହିଲାରେ ରାଜ୍ୟ ସରକାର ୬ ହଜାର ୮୯୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେବେ। ଏଥିରେ କଳା, ବିଜ୍ଞାନ, ପିଇଟି ଓ ଅନ୍ୟାନ୍ୟ ବିଭାଗର ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ କୀର୍ତ୍ତିମାନ: କିମ୍ସ ସୁପର ସ୍ପେଶିଆଲିଟି ଓ କ୍ୟାନସର ସେଣ୍ଟରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ।

ବିଧାୟକ ମହମ୍ମଦ ମୋକିମଙ୍କ ଦାୟର ଆବେଦନ ସୁପ୍ରିମକୋର୍ଟରେ ଖାରଜ ।

ଅମିତ ଶାହଙ୍କ ଉପସ୍ଥିତିରେ ୩୦ ହଜାର କିଲୋ ଡ୍ରଗ୍ସ ନଷ୍ଟ କରିବ ଏନସିବି, ଚଣ୍ଡିଗଡରେ ହେବ ରାଷ୍ଟ୍ରୀୟ ସମ୍ମିଳନୀ।

ବାପା ନଥିଲେ ପିଲାର ସାଙ୍ଗିଆ ସ୍ଥିର କରିପାରିବ ମା’: ସୁପ୍ରିମକୋର୍ଟ ।
ରେଳଯାତ୍ରୀଙ୍କ ଲାଗି ଆଶ୍ୱସ୍ତିର ଖବର, କରୋନା କାଳରେ ବନ୍ଦ ୫୦୦ ପାସେଞ୍ଜର ଓ ୧୦୦ ଏକ୍ସପ୍ରେସ ଟ୍ରେନ ପୁଣି ଫେରିବେ ଷ୍ଟେସନକୁ ।

ଲୋକସଭା ବାଚସ୍ପତିଙ୍କୁ ଭେଟି ଶିବସେନାର ୧୨ ବିଦ୍ରୋହୀ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା ଲାଗି ଦାବି କଲେ ସଞ୍ଜୟ ରାଉତ ।

Share this…
Share on Facebook

Facebook