ଚାନ୍ଦବାଲି ବ୍ଲକ ଅର୍ନ୍ତଗତ ବିଜୟ ନଗର ପଂଚାୟତର ଦିନମଜୁରିଆ ଦୁର୍ଯ୍ୟଧନ ସ୍ବାଇଁଙ୍କ ପୁଅ ସୁବ୍ରତ କୁମାର ସ୍ବାଇଁ ସାଇନ୍ସରେ ଚାନ୍ଦବାଲି ବ୍ଲକ ଟପ୍ପର ହୋଇଛନ୍ତି ,ସୁବ୍ରତ ଜଣେ ମେଧାବୀ ଛାତ୍ର
ଥିବାରୁ ତାଙ୍କର ପ୍ରତିଭାର ବିକାଶ ପାଇଁ ତାଙ୍କୁ ମାର୍କଣାରେ ଏମ୍ସ +୨ କଲେଜ କର୍ତ୍ତୃପକ୍ଷ କଲେଜର ପଡ଼ିବା ପାଇଁ ସୁଯୋଗ ଦେଇଥିଲେ । ସୁବ୍ରତ ଚଳିତ +୨ ସାଇନ୍ସରେ ୯୨% ମାର୍କ ରଖି ଚାନ୍ଦବାଲି ବ୍ଲକର ଟପ୍ପର ହୋଇଛନ୍ତି , ସୁବ୍ରତଙ୍କ ବାପା ଦିନମଜୁରିଆ ହୋଇଥିଲେ ମଧ୍ୟ ନିଜ ପୁଅର ସ୍ବପ୍ନ ପୂରଣ ପାଇଁ ତାଙ୍କୁ ମେହନତ କରି ପାଠ ପଢ଼ାଇଥିଲେ , ସୁବ୍ରତ ତାଙ୍କ ବାପା ଙ୍କର ସ୍ବପ୍ନକୁ ସାକାର କରିବା ପାଇଁ ଚଳିତ
ପରିକ୍ଷାରେ ସେ ଚାନ୍ଦବାଲି ବ୍ଲକରେ ଟପର ହୋଇଛନ୍ତି । ତାଙ୍କ ପରିବାର ଓ କଲେଜ କର୍ତ୍ତୃପକ୍ଷଙ୍କୁ ପ୍ରଚେଷ୍ଠା ପାଇଁ ତାଙ୍କୁ ଏ ସଫଳତା ମିଳିଲା ବୋଲି ସେ ପ୍ରକାଶ କରିଛନ୍ତି l