ଖବର ଆଜିର ତାରିଖ ୨୯-୦୭-୨୦୨୨/ଶୁକ୍ରବାର

୧-ସରକାରୀ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ବିରୋଧରେ ଦସ୍ତଖତ ଅଭିଯାନ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

୨-ଅଗଷ୍ଟ ୧ ରେ ସମ୍ବଲପୁରୀ ପୋଷାକ ପିନ୍ଧିବେ ସମସ୍ତ ସରକାରୀ କର୍ମଚାରୀ – ସମ୍ବଲପୁର ଓ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଗଲା ସୂଚନା

୩-ବାଜ୍ୟାପ୍ତି ହେଲା ନିଶାବେପାରୀଙ୍କ ସମ୍ପତ୍ତି: ଗଞ୍ଜାମ ବୁଗୁଡାର ୨ ଭାଇଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ

୪-ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କ ହାତରୁ ମନ୍ତ୍ରୀ ପଦ ଛଡ଼ାଇ ନେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କୁ କ୍ୟାବିନେଟ୍ ବୈଠକ ପରେ ମନ୍ତ୍ରାଳୟରୁ ହଟାଇ ଦିଆଯାଇଛି। ପାର୍ଥଙ୍କୁ ମନ୍ତ୍ରୀ ପଦରୁ ହଟାଇବା ପରେ ମୋ ଦଳ ବହୁତ ଶୃଙ୍ଖଳା ବହୁତ କଡ଼ା ବୋଲି କହିଛନ୍ତି ମମତା ବାନାର୍ଜୀ।

୫-ନୌସେନାକୁ ହସ୍ତାନ୍ତର ହେଲା ବିମାନବାହୀ ଯୁଦ୍ଧପୋତ ‘ବିକ୍ରାନ୍ତ’

୬-ଆସନ୍ତା ଅକ୍ଟୋବର ୧୬ତାରିଖରେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ

୭-ଓଡ଼ିଶାରେ ନିତି ଆୟୋଗଙ୍କ ଟିମ୍‌, ପୁଣି ଉଠିଲା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି

୮-ପବ୍‌ଜି ପରେ ପ୍ଲେ-ଷ୍ଟୋରରୁ ହଟିଲା ବିଜିଏମ୍‌ଆଇ ଗେମ୍‌

୯-ଦରକାର ପଡ଼ିଲେ କର୍ଣ୍ଣାଟକରେ ଯୋଗୀ ମଡେଲ ଲାଗୁ କରିବୁ: ବସବରାଜ ବମ୍ମାଇ

୧୦-ନୌସେନା ପାଖକୁ ଆସିଲା ୨ଟି ରୋମିଓ ହେଲିକପ୍ଟର, ଆକାଶମାର୍ଗରୁ ଧ୍ବଂସ କରିପାରିବ ବୁଡ଼ାଜାହାଜ

୧୧-ଟାଟା କ୍ୟାନସର ହସ୍ପିଟାଲ, ରାଜ୍ୟକୁ ନା କେନ୍ଦ୍ରକୁ ହଁ । ୨୦୧୮ରେ ଚୁକ୍ତି କରି ଓହରିଗଲା କମ୍ପାନି ହେଲେ ଏବେ କେନ୍ଦ୍ର ସରକାରଙ୍କ ସହ ମିଶି ହସ୍ପିଟାଲ କରିବାକୁ ଘୋଷଣା

୧୨-ସ୍ୱୟଂଶାସିତ ରାଷ୍ଟ୍ର ତାଇୱାନକୁ ନେଇ ଆମେରିକା ଏବଂ ଚୀନ ମଧ୍ୟରେ ବଢୁଛି ବିବାଦ । ଆମେରିକା ସଂସଦର ବାଚସ୍ପତି ନାନସିଙ୍କୁ ଚୀନର ଚେତାବନୀ

୧୩-କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ‘ରାଷ୍ଟ୍ରପତ୍ନୀ’ ବୟାନକୁ ଜୋରଦାର ବିରୋଧ । ମୁହାଁମୁହିଁ ହେଲେ ସୋନିଆ ଓ ସ୍ମୃତି ଇରାନୀ

୧୪-ଆରମ୍ଭ ହେଲା ଚେସ୍ ଅଲିମ୍ପିୟାଡ୍, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଭାଗ ନେଲାନି ପାକିସ୍ତାନ

୧୫-ହାତୀ ଦେହରେ ବାଜିଛି ୫ ଗୁଳି; ବାରସିଙ୍ଗା ଜଙ୍ଗଲରୁ ମିଳିଲା ଗୁଳିବିଦ୍ଧ ଦନ୍ତା, ଟ୍ରାଙ୍କୁଲାଇଜ ପରେ ଚିକିତ୍ସା ଜାରି

୧୬-ଶ୍ରୀଜିଉଙ୍କୁ ଲାଗିହେଲା ସୁବର୍ଣ୍ଣ ଚିତା, ଅଣସର ପରଠାରୁ ଲାଗି ହେଉଥିଲା ସୋଲର ଚିତା

୧୭-ଓଡ଼ିଶା ଗସ୍ତରେ ନିତି ଆୟୋଗ ଉପାଧ୍ୟକ୍ଷ: ନିତି ଆୟୋଗର ‘ପରିଚାଳନା ପରିଷଦ’ ବୈଠକକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

୧୮-ମିଗ୍‌-୨୧ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍‌ ମୃତ

୧୯-ଭାରତ ଆସିବେ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହମ୍‍ ମହମ୍ମଦ ସୋଲି

Share this…
Share on Facebook

Facebook