ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି ବ୍ଲକ ପ୍ରଶାସ
@ଶିକ୍ଷୟତ୍ରୀଙ୍କ ବଦଳି ନେଇ ବିଦ୍ୟାଳୟ ଗେଟ୍ ରେ ତାଲା ପକାଇଲେ ଗ୍ରାମବାସୀ
Anchor.ବିଦ୍ୟାଳୟରୁ ଶିକ୍ଷୟତ୍ରୀଙ୍କ ବଦଳି ନେଇ ତାତିଲେ ଗ୍ରାମବାସୀ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି ବ୍ଲକ ପ୍ରଶାସନ । ସେପଟେ ବିଦ୍ୟାଳୟ ବାହାରେ ପିଲା ଙ୍କୁ ରଖି ମୁଖ୍ୟ ଗେଟ୍ରେ ତାଲା ପେ।।କାଇଲେ ଅଭିଭାବକ ଓ ଗ୍ରାମବାସୀ । ଏଭଳି ଘଟଣା ପିପିଲି ବ୍ଲକ ପୋପରଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଥିବା ବେଳେ ଛାତ୍ରଛାତ୍ରୀ ମାନେ ଆଜି ୨ଟାରୁ ବାହାରେ ଖରାରେ ସିଝୁଛନ୍ତି । ଅନିଧିଷ୍ଟ କାଳ ପାଇଁ ଗ୍ରାମବାସୀ ମାନେ ବିଦ୍ୟାଳୟରେ ତାଲା ପକାଇଥିବା ବେଳେ ବ୍ଲକ ପ୍ରଶାସନ ସବୁ ଜାଣି ନିରବଦ୍ରଷ୍ଟା ସାଜିଛନ୍ତି । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିନାମଣି ମଲ୍ଲିକ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ପ୍ରଶାସନ କୈାଣସି ପଦକ୍ଷେପ ନେଇନଥିବା ସେ କହିଛନ୍ତି ।
ବାଇଟ-ପ୍ରଧାନ ଶିକ୍ଷୟତ୍ରୀ
ଖବର ଅନୁଯାଇ ପିପିଲି ବ୍ଲକ ପୋପରଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୦୨ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ଉକ୍ତ ସ୍କୁଲରେ ଶିକ୍ଷାଦାନ ପାଇଁ ରହିଛନ୍ତି ମାତ୍ର ୪ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ । ଏହି ବିଦ୍ୟାଳୟରେ ଆଉ ଅଧିକ ଶିକ୍ଷକର ଆବାଶ୍ୟକତା ଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଥିବା ବେଳେ ଗତକାଲି ପାଲଟା ଜଣେ ସହକାରୀ ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଏହାକୁ ନେଇ ଗ୍ରାମବାସୀ ମାନେ ଏଭଳି କାଣ୍ଡ ଭିଆଇ ଥିବା ବିଦ୍ୟାଳୟ କମିଟି ସଭାପତି ସୁରେନ୍ଦ୍ର ସ୍ୱାଇଁ କହିଛନ୍ତି ।
ବିଦ୍ୟାଳୟ କମିଟି ସଭାପତିଯେ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଶିକ୍ଷକ ବା ଶିକ୍ଷୟତ୍ରୀ ନିଯୁକ୍ତି ଦିଆ ନଯାଏ ତେବେ ଆଗାମୀ ଦିନରେ ବିଦ୍ୟାଳୟ ଅନିର୍ଦ୍ଧିଷ୍ଟ କାଳ ପାଇଁ ତାଲା ପାକାଇବା ସହିତ ଗ୍ରାମବାସୀ ମାନେ ଆନ୍ଦୋଳନ କରିବେ ବୋଲି ଚେତାବାନୀ ଦେଇଛନ୍ତି ।