ଗଜପତିରେ ଗର୍ଜିଲେ ଆଶାକର୍ମୀ

ଗଜପତି ଜିଲ୍ଲାର ଆଶାକର୍ମୀମାନେ ଆଜି ବିଭିନ୍ନ ଦାବି ନେଇ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଆଶାକର୍ମୀମାନେ ମେଡିକାଲ ଭିତରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏଆଇଟିୟୁସି ସହ ଅନୁବନ୍ଧତ ନିଖିଳ ଓଡିଶା ଆଶାକର୍ମୀ ସଂଘର ସଦସ୍ୟମାନେ ଏକ ରାଲିରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ସେମାନେ ଅଭିଯୋଗ କରିଛନ୍ତି କି ରାଜ୍ୟ ସରକାର ଯେଉଁ ପ୍ରୋତ୍ସାହନ ରାଶି ଓ ମାସିକ ଭତ୍ତା ପ୍ରଦାନ କରୁଛନ୍ତି ତାହାକୁ ଜିଲ୍ଲା ପ୍ରଶାସନ ଆଶାକର୍ମୀଙ୍କୁ ପ୍ରଦାନ କରିବାରେ ଅହେତୁକ ବିଳମ୍ବ କରୁଛନ୍ତି । ସେମାନଙ୍କ ଅନ୍ୟାନ୍ୟ ଦାବି ମଧ୍ୟରେ ଜିଲ୍ଲାର ପ୍ରତ୍ୟେକ ହସ୍ପିଟାଲରେ ଅଲଟ୍ରାସାଉଣ୍ଡ ମେସିନ ଯୋଗାଇବାକୁ ଦାବି କରିବା ସହ ପ୍ରତ୍ୟେକ ହସ୍ପିଟାଲରେ ଆଶାକର୍ମୀଙ୍କ ପାଇଁ ସ୍ୱତନ୍ତ୍ର ଗୃହ ଯୋଗାଇ ଦେବାକୁ ଦାବି କରାଯାଇଛି । । ସରକାର ପୋତ୍ସାହନ ରାଶି ଓ ଭତ୍ତା ଦେବା ବଦଳରେ ଆଶାକର୍ମୀଙ୍କୁ ମାସିକ ଦରମା, ସ୍ୱାସ୍ଥ୍ୟସେବା ପାଇଁ ଅତିରିକ୍ତ ରାଶି ପ୍ରଦାନ କରିବାକୁ ଏହି ସଂଗଠନ ଦାବି କରିଛ ିା

Share this…
Share on Facebook

Facebook