୧-ବଢ଼ୁଛି ମହିଳାଙ୍କ ମଦ୍ୟପାନ ହାର, ରାଜ୍ୟ ସରକାର ପ୍ରତିଷ୍ଠା କରିବେ ମହିଳା ନିଶା ନିବାରଣ କେନ୍ଦ୍ର
୨-ବର୍ଷା ବାଧାପ୍ରାପ୍ତ ତୃତୀୟ ତଥା ଶେଷ ଦିନିକିଆକୁ ୧୧୯ ରନ୍ରେ ଜିତିନେଇଛି ଭାରତ। ତା’ସହ ତିନିଟିକିଆ ଶୃଙ୍ଖଳାକୁ ୩-୦ରେ ପୋଛି ନେଇଛି।
୩-ସମ୍ବଲପୁରୀ ଦିନର ସଂକଳ୍ପ ଏବେ ଆନ୍ଦୋଳନରେ ପରିଣତ ହୋଇଛି – ପଶ୍ଚିମାଞ୍ଚଳ ଏକତା ମଞ୍ଚ ।
୪-ଶ୍ରୀଲଙ୍କା ନୁହେଁ ୟୁଏଇରେ ଖେଳାଯିବ ଏସିଆ କପ୍ ୨୦୨୨, ହେଲା ଆନୁଷ୍ଠାନିକ ଘୋଷଣା ।
୫-ଅର୍ପିତା ମୁଖାର୍ଜୀଙ୍କ ଆଉ ଏକ ଘରୁ ମିଳିଲା ଟଙ୍କା ଓ ଗହଣା ଭଣ୍ଡାର, ଗଣିବା ପାଇଁ ବ୍ୟାଙ୍କରୁ ମେସିନ ମଗାଇଲେ ED ।
୬-ଯୁଦ୍ଧ ଭିତରେ ମାଗାଜିନ୍ ପାଇଁ ଫଟୋସୁଟ୍ କଲେ ୟୁକ୍ରେନ ରାଷ୍ଟ୍ରପତି-ପତ୍ନୀ ।
୭-ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ। ବିଜ୍ଞାନରେ ୯୪% ଓ ବାଣିଜ୍ୟରେ ୮୯% ପାସ୍।
୮–୫ଜି ସ୍ପେକ୍ଟ୍ରମ ନିଲାମ : ୨ୟ ଦିନରେ ଆଉ ୪ ରାଉଣ୍ଡ ବିଡିଂ, ଏପର୍ଯ୍ୟନ୍ତ ସରକାର ପାଇଲେଣି ଦେଢ ଲକ୍ଷ କୋଟି ।
୯-ନୀରଜ ଆହତ ହେବା ପରେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ତ୍ରିରଙ୍ଗା ଧରିବେ ସିନ୍ଧୁ ।
୧୦-ରାଜ୍ୟସଭାରୁ ନିଲମ୍ବିତ ସାଂସଦ ୫୦ ଘଣ୍ଟା ପର୍ଯ୍ୟନ୍ତ ଦେବେ ଧାରଣା, ସିଫ୍ଟ ଅନୁସାରେ କରିବେ ପ୍ରଦର୍ଶନ ।
୧୧-ଅପହଞ୍ଚରେ ୪ ଜି ମୋବାଇଲ ସେବାର ସମ୍ପୂର୍ଣ୍ଣ ପ୍ରସାର ଲାଗି ୨୬,୩୧୬ କୋଟି ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି ।
୧୨-କାଶୀପୁର କଲେରା ମୃତ୍ୟୁ ସଂଖ୍ୟା ୧୨ ଛୁଇଁଲା; ୨୪ ଘଣ୍ଟାରେ ୨ ଜଣଙ୍କ ମୃତ୍ୟୁ, ଗ୍ରାମବାସୀ ଭୟଭୀତ ।
୧୩-ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। କହିଲେ, ଇଡି ପାଖରେ ଅଛି ତଦନ୍ତ ସହ ଗିରଫ କରିବାର ଅଧିକାର।
୧୪-ନ୍ୟାଶନାଲ ହେରାଲ୍ଡ ମାମଲାରେ ସରିଲା ସୋନିଆଙ୍କୁ ଜେରା। ୩ଟି ପର୍ଯ୍ୟାୟ,୧୨ ଘଣ୍ଟାର ଜେରାରେ ୧୦୦ ପ୍ରଶ୍ନର ସମ୍ମୁଖୀନ ହେଲେ କଂଗ୍ରେସ ଅଧ୍ୟକ୍ଷା।
୧୫-ମଙ୍କିପକ୍ସ ପାଇଁ ତତ୍ପର ସରକାର: ଭ୍ୟାକ୍ସିନ ଓ ଟେଷ୍ଟିଂ କିଟ୍ ପାଇଁ ଟେଣ୍ଡର ଆହ୍ୱାନ କଲେ କେନ୍ଦ୍ର ସରକାର ।
୧୬-ନିର୍ବାଚନ ବେଳେ ଦିଆଯାଉଛି ‘ମାଗଣା’ ବଂଟା ପ୍ରତିଶ୍ରୁତି। ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ।
୧୭-ମଙ୍କିପକ୍ସ ପାଇଁ ଗଣ ଟିକାକରଣର କୌଣସି ଆବଶ୍ୟକତା ନାହିଁ: ହୁ ।
୧୮-ଶେୟାର ବଜାରରେ ଦ୍ରୁତ ବୃଦ୍ଧି: ସେନସେକ୍ସ ୫୪୮ ଓ ନିଫ୍ଟି ୧୫୮ ପଏଣ୍ଟ ସ୍ତରରେ ପହଞ୍ଚିଲା ।
୧୯-ଭୁବନେଶ୍ୱରରେ ପହଞ୍ଚିଲେ ବାବୁସାନ୍। ତୃପ୍ତି ଓ ପ୍ରକୃତିଙ୍କ ପରିବାର ପକ୍ଷରୁ ହୋଇଥିବା ମାମଲାରେ ପଚରାଉଚରା କରିବ ପୋଲିସ।
୨୦-ବିଏସଏନଏଲର ପୁନରୁଦ୍ଧାର ପାଇଁ ୧.୬୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍କୁ କ୍ୟାବିନେଟ ମଞ୍ଜୁରି ।
୨୧-ବାବୁସାନଙ୍କ ଆଗୁଆ ଜାମିନ ଆବେଦନ। ଗିରଫଦାରୀରୁ ବର୍ତ୍ତିବା ପାଇଁ ହାଇକୋର୍ଟ ଗଲେ ଅଭିନେତା।
୨୨-ଗରିବ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରାଇବାରେ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ୪୧ ଜଣ ସହାୟକ ପବ୍ଲିକ ପ୍ରସିକ୍ୟୁଟରଙ୍କୁ ଦେଲେ ନିଯୁକ୍ତି ।
୨୩-ଆଜିଠୁ ମାଓ ସପ୍ତାହ; ପୁଲିସ ପାଇଁ ଚ୍ୟାଲେଞ୍ଜ୍, ଅଧିକ ଉଗ୍ର ହେବା ଆଶଙ୍କା ।