ବିଦ୍ୟୁତ୍ ଆଘାତରେ ପ୍ରଧାନ ଶିକ୍ଷକଙ୍କ ସମେତ ଦୁଇ ଛାତ୍ର ଗୁରୁତର ।

ବିଦ୍ୟୁତ୍ ଆଘାତରେ ପ୍ରଧାନ ଶିକ୍ଷକଙ୍କ ସମେତ ଦୁଇ ଛାତ୍ର ଗୁରୁତର, ଗୁରୁତରମାନଙ୍କୁ ବାଲେଶ୍ବର ସ୍ଥାନାନ୍ତର । ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ୧୯ ନଂ ୱାର୍ଡ ଗଞ ନଛିପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ତାର ଛିଡି ପଡିଥିବା ଓ ନଟ୍ ବୋଲ୍ଟ ପଡିଥିବା ଦୁଇ ଜଣ ସପ୍ତମ ଶ୍ରେଣି ଛାତ୍ର ସେଠାକୁ ଯାଇଥିଲେ ଫଳରେ ବିଦ୍ୟୁତ୍ ଆଘାତ ଲାଗିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ମହାନ୍ତି ଦୁଇ ଛାତ୍ରଙ୍କୁ ନିଜ ଜୀବନକୁ ବାଜି ଲଗାଇ ଉଦ୍ଧାର କରିଥିଲେ । ବିଦ୍ୟୁତ୍ ଆଘାତରେ ଦୁଇ ଛାତ୍ରଙ୍କ ସହିତ ପ୍ରଧାନ ଶିକ୍ଷକ ମଧ୍ୟ ଗୁରୁତର ଆହାତ ହୋଇଛନ୍ତି । ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ସୋର ଡାକ୍ତର ଖାନା ଆଣିଥିଲେ ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ବର ମୁଖ୍ୟ ଡାକ୍ତର ଖାନା କୁ ସ୍ଥାନାନ୍ତର କରାଯାଇଛି । ବିଦ୍ୟାଳୟରୁ ଗତକାଲି ରାତିରେ ପାଣିବୁହା ମେସିନ୍ ଚୋରି କରିବାକୁ ଉଦ୍ୟମ କରି ଚୋର ମାନେ ଛାଡି ଚାଲିଯାଇଥିବା ଏଭଳି ତାର ଓ ନଟ୍ ବୋଲ୍ଟ ପଡିଥିବା ବିଦ୍ୟାଳୟର ଶିକ୍ଷୟତ୍ରି ପ୍ରକାଶ କରିଛନ୍ତି ।

Share this…
Share on Facebook

Facebook