ଖବର ଆଜିର ତାରିଖ ୨୭-୦୭-୨୦୨୨/ବୁଧବାର

୧-ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି

୨-ଆଘାତ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେବେ ନାହିଁ ଜାଭଲିନ ରେ ଭାଗ ନେବେନି ନୀରଜ

୩-ରାଜ୍ୟସଭାର ୧୯ ବିରୋଧୀ ସାଂସଦ ସପ୍ତାହ ଯାଏଁ ନିଲମ୍ୱିତ, ଗୃହ କାର୍ଯ୍ୟରେ ବାଧା ଦେବାରୁ କାର୍ଯ୍ୟାନୁଷ୍ଠାନ

୪-ଲକ୍ଷ୍ମୀପୁର ଖୀରି ମାମଲାରେ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରର ଜାମିନ ଖାରଜ

୫-ମଙ୍କିପକ୍ସ ପାଇଁ ବାହାରୁ ଆସୁଥିବା ସମସ୍ତ ଲୋକଙ୍କ ଉପରେ ବିଶେଷ ନଜର ରଖାଯାଇଛି: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

୬-ଅଭିନେତ୍ରୀ ପ୍ରକୃତିଙ୍କୁ ପୁଲିସର ପଚରାଉଚରା: ବାବୁସାନ୍ ତାଙ୍କ ପରିବାରକୁ ଫେରି ଆସୁ କହିଲେ ମନ୍ମଥ ମିଶ୍ର

୭-ବିଧାନସଭା ଶୂନ୍ୟକାଳରେ ଉଠିଲା କାଶୀପୁର କଲେରା ପ୍ରସଙ୍ଗ : ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ

୮-ସୋନିଆଙ୍କ ବିରୋଧରେ ଇଡିର କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଧାରଣା ଦେଉଥିଲେ ରାହୁଲ, ଉଠାଇନେଲା ପୋଲିସ

୯-ନାଇଜର ଭୁବନେଶ୍ୱର ଠାରେ ହେବ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ, ଭାରତ ସରକାର ଖର୍ଚ୍ଚ କରିବେ ୪୦୦ କୋଟି: ଧର୍ମେନ୍ଦ୍ର ପ୍ରଧାନ

୧୦-ଫ୍ରାନ୍ସରେ ଅଣାୟତ ମଙ୍କିପକ୍ସ, ଚିହ୍ନଟ ହେଲାଣି ୧୭୦୦ କେସ୍; ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ- ଗେ’ ହେଉଛନ୍ତି ଅଧିକ ଶିକାର

୧୧-ଶ୍ରୀଲଙ୍କାରେ ପୁଣି ଖୋଲିଲା ସ୍କୁଲ, ଇନ୍ଧନ ଅଭାବ ଯୋଗୁ କରାଯାଇଥିଲା ବନ୍ଦ

୧୨-ଫିଟୁଛି ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାର ଗୁମର: ଅଭିଯୁକ୍ତ ଅର୍ପିତା ମୁଖାର୍ଜୀଙ୍କ ଠିକଣାରୁ ମିଳିଲା ୪୦ ପୃଷ୍ଠାର କଳା ଡାଏରୀ

୧୩-ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ: ୨୨ଜଣ ଆଇନଜୀବୀଙ୍କୁ ‘ଲୟର୍‌ ଅଫ୍‌ ଦି ଇୟର’ ଆୱାର୍ଡ।

୧୪-ସୋନିଆଙ୍କୁ ଇଡି ଜେରାର ପ୍ରତିବାଦ ମହାତ୍ମା ଗାନ୍ଧୀ ମାର୍ଗରେ କଂଗ୍ରେସର ସତ୍ୟାଗ୍ରହ

୧୫-ମୁଖ୍ୟ ଶାସନ ସଚିବଙ୍କ ହ୍ବାଟସ୍‌ଆପ୍ ହ୍ୟାକ୍

୧୬-ରାଜ୍ୟସଭାରେ ଅର୍ଥମନ୍ତ୍ରୀଙ୍କ ସୂଚନା: ରେଜିଷ୍ଟର୍ଡ ଲିଷ୍ଟରୁ ହଟିଲା ୪ ଲକ୍ଷ କମ୍ପାନୀର ନାମ, ୫ ଲକ୍ଷ ନିର୍ଦ୍ଦେଶକ ଅଯୋଗ୍ୟ ଘୋଷିତ ।

Share this…
Share on Facebook

Facebook