ବିଜେପିର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

ଚାନ୍ଦବାଲି ବିଜେପି ପକ୍ଷରୁ ମତୋ ବିଜେପି
କାର୍ଯ୍ୟାଳୟ ଠାରେ ଏକ କାର୍ଯ୍ୟକାରିଣି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ, କାହ୍ନୁଚରଣ ବେହେରା, ଉପେନ୍ଦ୍ର କୁମାର ରାଉଳ, କମଳା କାନ୍ତ ସୁତାର, ପୂର୍ଣ୍ଣ ଚନ୍ଦ୍ର ପାଣି, ଦୈତାରୀ ଦାସ, ନାଲଗୋଣ୍ଡା ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ମନୋଜ କୁମାର ଭଳ ଉପସ୍ଥିତ ରହିବା ସହିତ ବହୁ ଛାମୁଆ ନେତା ମାନେ ଉପସ୍ଥିତ ରହିଥିଲେ। ଆଠ ଗୋଟି ପଞ୍ଚାୟତକୁ ନେଇ ମା ଗଜଲକ୍ଷ୍ମୀ ମଣ୍ଡଳର ଏକ କାର୍ଯ୍ୟ କାରିଣୀ ବୈଠକ ଅନଷ୍ଠିତ ହୋଇଯାଇଛି। ସ୍ବାଧୀନତାର 75 ବର୍ଷ ପୃତି ପାଳନ ଅବସରରେ ପ୍ରଧାମନ୍ତ୍ରୀଙ୍କ ଅନୁରୋଧ କ୍ରମେ ବିଜେପି ପ୍ରତି ଘରେ ଘରେ ଏକ ତ୍ରିରଙ୍ଗା ପତାକା ଲଗାଇବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଏହି 75 ବର୍ଷ ପୃତୀ ପାଳନ ଅବସରକୁ ଆହୁରି ଉତ୍ସବମୁଖର କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖିଛି ବିଜେପି ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ କହିଛନ୍ତି ।

Share this…
Share on Facebook

Facebook