ଶିକ୍ଷକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ ଅଭିଭାବକ ଓ ଗ୍ରାମବାସୀ ।

ଆଙ୍କର-ଚାନ୍ଦବାଲି ବ୍ଲକରେ ଶିକ୍ଷକ ନାମରେ କଳଙ୍କ । ଏଭଳି ଘଟଣା ଘଟିଛି ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଅଧିନ ପାଇକସାହି କ୍ଲଷ୍ଟର ଅଧୀନରେ ଥିବା ଗୁଆଁଳ ଭାଵେଶ୍ୱର ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ଜଣେ ସହକାରୀ ଶିକ୍ଷକ ଜଣେ ଛାତ୍ରୀକୁ ଅଶ୍ଳୀଳ ଅଶାଦା ଆଚରଣ କରିଥିବା ବେଳେ ଏନେଇ ଛାତ୍ରୀଜଣଙ୍କ କାନ୍ଦି ତାଙ୍କ ପରିବାର ଲୋକଙ୍କୁ କହିଥିଲେ. ପରିବାର ଲୋକେ ଏନେଇ ଶିକ୍ଷକଙ୍କୁ ପଚାରିବା ସହିତ ଏକ ଖୁଣ୍ଟରେ ବାନ୍ଧି ମାଡ଼ ମାରିଛନ୍ତି. ଯାହାର ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି । ଏନେଇ ଥାନାରେ କୋୖଣସି ଅଭିଯୋଗ ହୋଇନଥିବା ବେଳେ ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀ କମଳାକାନ୍ତ ନାୟକଙ୍କ ସହ ଯୋଗାଯୋଗ ହେବାରେ ସେ କହିଛନ୍ତି ଘଟଣାର ସତ୍ୟାସତ୍ୟ ଅଛି ଏବଂ ସମ୍ପୃକ୍ତ ସି ଆର ସି ସି ଙ୍କୁ ସେହି ବିଦ୍ୟାଳୟକୁ ତଦନ୍ତ କରିବାକୁ ପଠାଇଛି . ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ

Share this…
Share on Facebook

Facebook