ଗ୍ରାମରେ ଉର୍ନତିମୂଳକ କାର୍ଯ୍ୟ କରିବା ନେଇ ଗ୍ରାମବାସୀ ଓ ସରପଞ୍ଚଙ୍କ ମଧ୍ୟରେ ବିବାଦ

ଢେଙ୍କାନାଳ- ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକର ଖୁରୁସିଆ ଗ୍ରାମର ଗ୍ରାମବାସୀ ଓ ସରପଞ୍ଚ ମଧ୍ୟରେ ବିବାଦ l ଗ୍ରାମରେ ଉର୍ନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ସରକାରଙ୍କ ତରଫରୁ ଆଦେଶ ଆସିଛି l ସେହି ସରକାରୀ ଅନୁଦାନ ପ୍ରାପ୍ତ ଉନ୍ନତିମୂଳକ କାର୍ଯ୍ୟ କରିବାପାଇଁ ଗ୍ରାମବାସୀମାନେ ଏକ ସଭା ମାଧ୍ୟମରେ ସ୍ଥିର କରିଛନ୍ତି ଯେ ଏହି କାର୍ଯ୍ୟ ଗ୍ରାମସଭା ମାଧ୍ୟମରେ ଗ୍ରାମବାସୀଙ୍କ ଦ୍ଵାରା କରାଯିବ l କିନ୍ତୁ ସରପଞ୍ଚ ମହୋଦୟ ଏହି କଥାରେ ରାଜି ହେଉନାହାନ୍ତି l ସରପଞ୍ଚ ମହୋଦୟ କେତେକ ରାଜନୈତିକ ବ୍ୟକ୍ତିଙ୍କୁ ହାତରେ ରଖି ଏହି କଥାକୁ ବିରୋଧ କରୁଛନ୍ତି ଏବଂ ଦରଖାସ୍ତ ଗ୍ରହଣ କରୁନାହାନ୍ତି l ସେଥିପାଇଁ ସେମାନେ ଏହି କଥାକୁ ଲିଖିତ ଭାବରେ ବ୍ଲକ ବିଡ଼ିଓ ମହୋଦୟଙ୍କୁ ମଧ୍ୟ ଜଣାଇଛନ୍ତି ଏବଂ ଏକଥା ମଧ୍ୟ ଜଣାଇଛନ୍ତି ଯେ ସରପଞ୍ଚ ମହୋଦୟ କାର୍ଯ୍ୟାଦେଶ ଦେବାକୁ ରୋକଠୋକ ମନା କରିଦେଇଛନ୍ତି l ସରପଞ୍ଚ ମହୋଦୟ କହିଛନ୍ତି ଯେ ଯିଏ 16000 ଟଙ୍କା ଖର୍ଚ୍ଚ କରି ଏ କାମକୁ ମଞ୍ଜୁର କରିଛନ୍ତି କେବଳ ସେମାନେ ହିଁ କରିବେ l ଏଥିପାଇଁ ଗ୍ରାମବାସୀ ବ୍ଲକ ବିଡ଼ିଓ ମହୋଦୟଙ୍କୁ ଅନୁରୋଧ କରିଛନ୍ତି ଯେ ଯେଉଁ ଅଫିସର ଏହି 16000 ଟଙ୍କା ଲାଞ୍ଚ ନେଇ କାର୍ଯ୍ୟାଦେଶ ଦେଇଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ଏହି କାର୍ଯ୍ୟାଦେଶ ପୁନଶ୍ଚ ଗ୍ରାମବାସୀଙ୍କୁ ଦିଆଯାଉ ବୋଲି ଗ୍ରାମବାସୀ ମତପ୍ରକାଶ କରିଛନ୍ତି l

Share this…
Share on Facebook

Facebook