ଅଜଣା ଗାଡି ଧକ୍କା ରେ ସାମ୍ବାଦିକ ମୃତ ସାମ୍ବାଦିକ ପକ୍ଷରୁ ଶୋକ ପ୍ରକାଶ

ତା୨୫/୭/୨୨—- ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କୁ ଯିବା ରାସ୍ତା ରେ ଭୁବନ ଥାନା ସଂମୁଖ ରେ କାମାକ୍ଷ ନଗର କଳିଙ୍ଗ ଟିଭି ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି ଙ୍କର ଅଜଣା ଗାଡି ଧକା ରେ ଦେହାନ୍ତ ହୋଇ ଯାଇଛି.କାମାକ୍ଷାନଗର କଳିଙ୍ଗ ଟିଭି ପ୍ରତିନିଧି ଭାବରେ କାର୍ଯ୍ୟରତ ଦୁଷ୍ମନ୍ତ ମହାନ୍ତି ଙ୍କର ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତହୋଇ ପଥମେ ଭୁବନ ପରେ କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ତାଙ୍କର ଅକାଳ ବିୟୋଗରେ ଭାରତୀୟ ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଭାବରେ ଶୋକ ପ୍ରକାଶ କରାଯାଇଛି ଉକ୍ତ ଆମର ଆତ୍ମାର ସଦଗତି ନିମନ୍ତେ ସଙ୍ଘ ସଭାପତି ବିମଳ ଥମ୍ବ ଢେଙ୍କାନାଳ ସାଂସଦ ମହେଶ ସାହୁ ଶୋକ ପ୍ରକାଶ କରିଥିଲେ. ଦେଓଗାଁ ଠାରେ ଜିଲ୍ଲା ସାମ୍ବାଦିକ ସଂଘ ର ସଂପାଦକ ସତ୍ୟ ଦାସ ଙ୍କ ସମେତ କର୍ମକର୍ତା ପୁଷ୍ପାଞ୍ଜଳୀ ଦେଇଥିଲେ. ଗଁଦିଆ ରେ ପୁଷ୍ପଲତା ସାମଲ ଙ୍କ ନେତୃତ୍ୱ ରେ ପୁଷପାଞ୍ଜଳି ପ୍ରଦାନ କରିତିଲେ. ଭୁବନ ରେ ପୂର୍ଣ୍ଣ ଚନ୍ଦ୍ର ସାହୁ ଙ୍କ ନେତୃତ୍ୱ ରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା. ଭୁବନ ନଗରପାଳ ଶୁଭେନ୍ଦୁ ସାହୁ ପୂର୍ବତନ ବ୍ଲକ ଅଧକ୍ଷ ଧର୍ମାନନ୍ଦ ବରାଳ ଙ୍କ ସମେତବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଦେଇଥିଲେ. ସେ କୁନିନ୍ଦା ପଞ୍ଚାୟତ ରେଣନ୍ଦା ପାଟଣା ଗ୍ରାମ ର ବିରବର ମହାନ୍ତି ଙ୍କ ବଡ଼ ପୁଅ ଅଟନ୍ତି. ଗାଁ ଶାମ୍ସନ ରେ ଦାହ କରାଯାଇଛି. ତାଙ୍କ ସାଥି ରେ ଥିବା ଭଉଣୀ ରିଙ୍କିନା ବାରିକ ଗୁରୁତର ହୋଇ ଢେଙ୍କାନାଳ ହସ୍ପିଟାଲ ରେ ଚିକିତ୍ସା ହେଉଥିବା ଜଣାଯାଇଛି

Share this…
Share on Facebook

Facebook