ଦୁଇ ଭାଲୁ କାମୁଡାରେ ଜଣେ ଗୁରୁତର l ଲଢେଇ କରି କାର୍ତ୍ତିଲା

ଦୁଇ ଭାଲୁ କାମୁଡ଼ାରେ ଜଣେ ଗୁରୁତର ହୋଇଛି l ଲୋକଟି ଦୁଇ ଭାଲୁଙ୍କ ସହିତ ଲଢେଇ କରି ବର୍ତ୍ତି ଯାଇଛି l ଜଙ୍ଗଲ ଅବକ୍ଷୟ ଯୋଗୁ ଭାଲୁ ମାନେ ଖାଦ୍ୟ ପାଇଁ ଗାଁକୁ ପଶି ଲୋକଙ୍କୁ କରୁଛନ୍ତି ଆକ୍ରମଣ l ଏହି ଭଳି ଘଟଣା ଘଟିଛି ସୋର ମାଣିପୁର ପଂଚାୟତ ଯାତପଦା ଗାଁ ରେ ଗୋପୀନାଥ କିସ୍କୁ ଶୌଚ ଯାଇଥିବା ବେଳେ ଦୁଇଟି ମା ଓ ଛୁଆ ଭାଲୁ ଆକ୍ରମଣ କରି ଥିଲେ l ଦୁଇ ଭାଲୁଙ୍କ ସହିତ ଗୋପୀନାଥ ଲଢେଇ କରି ପାଟି କରିବାରୁ ଗାଁ ଲୋକେ ମାନେ ଭାଲୁ କବଳରୁ ଗୋପୀନାଥକୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଚିକିତ୍ସିତ କରିଥିଲେ ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l ଅନ୍ୟ ପଟେ ଜାତପଦା ପାହାଡ଼ ଜଙ୍ଗଲ ପାଦଦେଶରେ ହୋଇଥିବା ବେଳେ ଅନେକ ସମୟରେ ଏହି ଅଂଚଳରେ ଲୋକେ ଭାଲୁ ଓ ଜଙ୍ଗଲ ଜନ୍ତୁଙ୍କ ଆକ୍ରମଣର ଶିକାର ହୋଇଥାନ୍ତି l ସ୍ଥାନୀୟ ବାସିନ୍ଦା ଜଙ୍ଗଲୀ ଜନ୍ତୁ ଆକ୍ରମଣର ଶିକାର ହେଉଥିବା ବେଳେ ଜଙ୍ଗଲ ବିଭାଗ ନିଷ୍କ୍ରିୟ ଯୋଗୁ ସ୍ଥାନୀୟ ବାସିନ୍ଧା ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି

Share this…
Share on Facebook

Facebook