ଖବର ଆଜିର ତାରିଖ ୨୬-୦୭-୨୦୨୨/ମଙ୍ଗଳବାର

୧-ବିରୋଧୀ ଦଳମାନେ ଦେଶ ସ୍ବାର୍ଥ ଅପେକ୍ଷା ଦଳ ସ୍ବାର୍ଥକୁ ଅଧିକ ଗୁରୁତ୍ବ ଦେଉଛନ୍ତି : ମୋଦୀ

୨-ମହାମହିମ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଭୀମ ଭୋଇଙ୍କ ପ୍ରସିଦ୍ଧ ଉକ୍ତି ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରିଛି – ଧର୍ମେନ୍ଦ୍ର ପ୍ରଧାନ

୩-ରାଷ୍ଟ୍ରପତି ଦ୍ରୌପଦୀ: ସ୍ୱାଧୀନତାର ୫୦ ବର୍ଷରେ ରାଜନୀତିକୁ ଆ‌ସିଥିଲେ, ୭୫ ବର୍ଷରେ ‌ରାଷ୍ଟ୍ରମୁଖ୍ୟ ହେଲେ

୪-ଚୁକ୍ତିଭିତ୍ତିକ ଉଛେଦ ଦାବିରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦାବି ଜଣେଇଲା ଚୁକ୍ତିଭିତିକ ମହାସଙ୍ଘ

୫-ଭୁବନେଶ୍ବର ୟୁନିଟ୍-୨ରେ ଭଙ୍ଗାଯିବ ୪୧୦ଟି ସରକାରୀ କ୍ବାର୍ଟର, ପିପିପି ମୋଡ୍‌ରେ ହେବ ପୁନଃନିର୍ମାଣ ।

୬-ଭୁବନେଶ୍ୱର ଏମ୍ସରେ ପହଞ୍ଚିବା ପରେ ଗିରଫ ଟିଏମ୍‌ସି ନେତା ପାର୍ଥ ଚାଟାର୍ଜୀଙ୍କୁ ଚୋର ଚୋର କହି ଚିଡାଇଲେ ଲୋକେ ।

୭-ଆସିଲା ମେଡିକାଲ୍ ରିପୋର୍ଟ; ଠିକ୍ ଅଛନ୍ତି ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟର୍ଜୀ, ୧୪ ଦିନିଆ ରିମାଣ୍ଡ ଆବେଦନ କଲା ଇଡି ।

୮-ପ୍ରତି ଜିଲ୍ଲାରେ ୭୫କି.ମି. ପଦଯାତ୍ରା କରିବ କଂଗ୍ରେସ, ଅଗଷ୍ଟ ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

୯-ଚୀନରେ କାଳ ସାଜିଛି ବାଲି ଝଡ। ଦକ୍ଷିଣ-ପଶ୍ଚିମ ଚୀନରେ ବାରମ୍ବାର ସୃଷ୍ଟି ହେଉଛି ଝଡ। ।

୧୦-ରାଜସ୍ଥାନରେ ମାତୃତ୍ୱ ପାଇଁ ବଢିଚାଲିଛି ପାରୋଲ ଆବେଦନ। ‘ମୁଁ ମା’ ହେବାକୁ ଚାହୁଁଛି, ମୋ ସ୍ୱାମୀଙ୍କୁ ପାରୋଲ ଦିଅ! ଆବେଦନ କରୁଛନ୍ତି ସ୍ତ୍ରୀ ।

୧୧-ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୧୨ଟି ନୂଆ ଇସ୍ପାତ କାରଖାନା : ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

୧୨-ଲୋକସଭାରେ ଗୃହ ରାଜ୍ୟମନ୍ତ୍ରୀଙ୍କ ଚମକାଇଦେବା ଭଳି ତଥ୍ୟ ପ୍ରଦାନ । ଦେଶରେ ବୃଦ୍ଧି ପାଇଛି ଦଳିତ ଓ ଆଦିବାସୀଙ୍କ ଉପରେ ଅପରାଧିକ ମାମଲା ।

୧୩-ଭିକି କୌଶଲ ଓ ପତ୍ନୀ କ୍ୟାଟ୍ରିନା କୈଫ୍‌ଙ୍କୁ ହତ୍ୟା ଧମକ ଦେଇଥିବା କ୍ୟାଟ୍‌ଙ୍କ ଏକତରଫା ପ୍ରେମିକ ଗିରଫ ।

୧୪-ସୁପ୍ରିମକୋର୍ଟରେ ପହଞ୍ଚିଲା ଶିବସେନା ମାମଲା। ମୁଖ୍ୟନିର୍ବାଚନ କମିଶନଙ୍କୁ ଉଦ୍ଧବଙ୍କ ଚ୍ୟାଲେଞ୍ଜ।

୧୫-ଲୋହିତ ସାଗର ତଳେ ଥିବା ମାରାତ୍ମକ ‘ମୃତ୍ୟୁ ପୁଷ୍କରିଣୀ’କୁ ଆବିଷ୍କାର କଲେ ମିଆମି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ

୧୬-ଟୋକିଓ ଅଲିମ୍ପିକରେ ଭାରତ ପାଇଁ ପଦକ ଜିତିଥିବା ମହିଳା ବକ୍ସର ଲଭଲିନା ବୋରଗୋହେନ ରାଜ୍ୟଗୋଷ୍ଠୀ କ୍ରୀଡା ପୂର୍ବରୁ ଏକ ଟ୍ୱିଟ କରି ବଡ଼ ଅଭିଯୋଗ ଆଣିଛନ୍ତି । ଲଭଲିନା କହିଛନ୍ତି, ତାଙ୍କ କୋଚଙ୍କ ସହ ଠିକ୍ ବ୍ୟବହାର କରାଯାଉ ନାହିଁ ଏବଂ ଏହି ରାଜନୀତି ଯୋଗୁଁ ସେ ମାନସିକ ଚାପରେ ଅଛନ୍ତି ।

୧୭-ସାର୍ଟ ଖୋଲି ଫଟୋ ଉଠାଇବା ପରେ ଅଡୁଆରେ ବଲିଉଡ ଅଭିନେତା ରଣବୀର ସିଂ, ଥାନାରେ ପହଂଚିଲା ମାମଲା ।

୧୮-ଓଡ଼ିଶା ହାଇକୋର୍ଟ ପାଇଁ ତିନି ନୂଆ ବିଚାରପତିଙ୍କ ନାମ ସୁପାରିସ କଲେ ସୁପ୍ରିମକୋର୍ଟ କଲେଜିୟମ ।

୧୯-ଚୀନ ସୀମାରେ ‘ଅଲ ୱେଦର’ ସଡ଼କ ନିର୍ମାଣ କରୁଛି ଭାରତ, ୫ ବର୍ଷରେ ଖର୍ଚ୍ଚ କରିଛି ୧୫,୦୦୦ କୋଟି

୨୦-ହାଇକୋର୍ଟରେ ହାତୀ ସୁରକ୍ଷା ପ୍ରସଙ୍ଗ : ମାଗିଲେ ୫ ବର୍ଷର ତଥ୍ୟ ।

୨୧-ବିଶ୍ୱ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଭାବେ ନିଯୁକ୍ତ ହେଲେ ଭାରତୀୟ ନାଗରିକ ଇନ୍ଦରମିତ ଗିଲ୍ ।

ଶୁଭ ସକାଳ,ସୁପ୍ରଭାତ

Share this…
Share on Facebook

Facebook