ବେଗୁନିଆପଡା ବ୍ଲକ ରେ ବିଜେଡି ର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ତୃତୀୟ ପର୍ଯ୍ୟାୟ ରକ୍ତ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ବେଗୁନିଆପଡା ବ୍ଲକ ବିଜୁଜନତା ଦଳର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ_ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଯୁବ ଛାତ୍ର ଜନତାଦଳ ପକ୍ଷରୁ ବୃକ୍ଷରୋପଣ ଓ ରକ୍ତ ଦାନ ଶିବିର ଅନୁଷ୍ଠିତ ହେବାସହ ଖଲ୍ଲିକୋଟ ରାଣୀସାହେବା ତଥା କବିସୂର୍ଯ୍ୟନଗର ପୂର୍ବତନ ବର୍ଷିୟାନ ବିଧାୟିକା ଭି . ସୁଜ୍ଞାନ କୁମାର ଦେଓ ୮୫ତମ ଜନ୍ମ ଦିବସ ଉପଲକ୍ଷେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି। ବିଧାୟିକା ଲତିକା ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଫାସୀ ପଞ୍ଚାୟତର ଶ୍ରୀ ମାଣିକେଶ୍ବର ନୋଡାଲ ବିଦ୍ୟାଳୟ ରେ ଆୟୋଜିତ ହୋଇଥିବା ରକ୍ତ ଦାନ ଶିବିର କୁ ମୂଖ୍ୟ ଅତିଥୀ ଭାବେ ଓଡିଶା ମୋପରିବାର ର ଜିଲ୍ଲା ସଂଯୋଜକ ସୁବାଷ ମହାରଣା ଯୋଗଦେଇ ଆୟୋଜିତ ରକ୍ତ ଦାନ ଶିବିରକୁ ଉଦଘାଟନ କରିଥିଲେ। ବିଜୁ ଜନତାଦଳ ତତ୍ୱବଧାନରେ ଆୟୋଜିତ ହୋଇଥିବା ରକ୍ତ ଦାନ ଶିବିରରେ ୧୧୧ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି। ସ୍ବେଚ୍ଛାକୃତ ଭାବେ ଯୁବ ଓ ଛାତ୍ର ମାନେ ଯୋଗଦେଇ ରକ୍ତ ଦାନ କରିଥିଲେ। ଶ୍ରୀ ମାଣିକେଶ୍ବର ନୋଡାଲ ବିଦ୍ୟାପୀଠ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ସୁବାଷ ମହାରଣା ବିଭିନ୍ନ ରକମର ବୃକ୍ଷରୋପଣ କରି ବୃକ୍ଷ ଉପରେ ଆଲୋକପାତ କରିଥିଲେ। । ଏହି କାର୍ଯ୍ୟକ୍ରମ ରେ ସମ୍ନାନୀତ ଅତିଥୀ ଭାବେ ବେଗୁନିଆପଡା ବ୍ଲକ ଅଧ୍ୟକ୍ଷା ରେଣୁ ଗୌଡ଼ ଯୋଗଦେଇ ଥିଲେ। ଅଧ୍ୟକ୍ଷ ସୁଧାକର ପ୍ରଧାନ , ୪୫ନଂ ଜୋନ୍‌ର ଜିଲାପରିଷଦ ସଭ୍ୟ ମଧୁମିତା ସାହୁ ,୪୪ନଂ ଜିଲାପରିଷଦ ସଭ୍ୟ କଲ୍ୟାଣୀ ପାତ୍ର , ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା , ବିଜୁଜନତା ଦଳର କାର୍ଯ୍ୟକାରିଣୀ ସଦସ୍ୟ ମହୋଶ୍ବର ବରାଡ, ବ୍ଲକ ଯୁବ ସଭାପତି ସତିଶ୍ ରଞ୍ଜନ ତାରେଣୀ , ପୂର୍ବତନ ଜିଲାପରିଷଦ ସଭ୍ୟ ତ୍ରିନାଥ ଭୁୟାଁ , ବିଦ୍ୟାଳୟ ର ଶିକ୍ଷକ ଓ ସ୍କାଉଟ ର ଛାତ୍ର ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ବିଜୁଜନତାଦଳର ସମସ୍ତ କ୍ରର୍ମୀ ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ।
ଗଞ୍ଜାମରୁ ଭଗବାନ ପାଢ଼ୀ ଙ୍କ ରିପୋଟ

Share this…
Share on Facebook

Facebook