ଋଣ ଟଙ୍କା ସୁଝିନପାରି ଆତ୍ମହତ୍ୟା କଲେ ଯୁବକ

ତିନି ଲକ୍ଷ ଋଣ ଟଙ୍କା ସୁଝି ନପାରି ଆତ୍ମହତ୍ୟା କଲେ ଯୁବକ l ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢ଼ାମ୍ବ ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା l ସୂଚନା ମୁତାବକ ଆଜି ସକାଳୁ ଝୁନୁ ବେହେରା ଙ୍କ ପୁଅ ସନ୍ତୋଷ ବେହେରା ରହୁଥିବା ଘର ର କବାଟ ଖୋଲିନଥିଲେ l ଝୁନୁ ଓ ଆଖ ପାଖ ଲୋକ ସହାୟତା ରେ ବନ୍ଦ କୋଠରୀ ଖୋଲି ଦେଖିଲା ବେଳେକୁ ତାଙ୍କ ପୁଅ ସନ୍ତୋଷ ବେକରେ ଲୁଗା ଲଗେଇ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲି l ସନ୍ତୋଷ ଙ୍କୁ ଉଦ୍ଧାର କରି ପୋଲସରା ମେଡ଼ିକାଲରେ ଭର୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସେପଟେ ଖବର ପାଇ ପୋଲସରା ପୋଲିସ ଓ କବିସୂର୍ଯ୍ୟନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ତେବେ ସନ୍ତୋଷ ଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ସେ କିଛି ଦିନତଳେ ପାଞ୍ଚ ଲକ୍ଷ ଟଙ୍କା ହାତ ଉଧାରୀ ଋଣ ଆଣିଥିଲେ ସେଥିରୁ ଦୁଇଲକ୍ଷ ସୁଝି ଦେଇଥିବା ବେଳେ ତିନିଲକ୍ଷ ଟଙ୍କା ଶୁଝିବାରେ ଅସମର୍ଥ ହୋଇଥିଲେ l ବଳକା ଟଙ୍କା ନଶୁଝି ପରିବାରୁ ସନ୍ତୋଷ ଆତ୍ମହତ୍ୟା କରିଥିବା ନେଇ ଅଞ୍ଚଳରେ ଆଲୋଚନା ହେଉଛି ଲ : ଗଞ୍ଜାମରୁ ଭଗବାନ ପାଢ଼ୀ ଙ୍କ ରିପୋଟ

Share this…
Share on Facebook

Facebook