ଯାଜପୁର ଚୋରି ଟ୍ରକ ସୋର ଅଞ୍ଚଳରୁ ଉଦ୍ଧାର ।

ଅପହରଣ ଟ୍ରକ ଡ୍ରାଇଭରର ସଂମ୍ପର୍କୀୟଙ୍କୁ ହାତଗୋଡ଼ ବାନ୍ଧି ଚୋରି କରିଥିବା 10ଚକିଆ ଟ୍ରକକୁ ଉଦ୍ଧାର ହେଲା ସୋର ଅଞ୍ଚଳରୁ । କେଉଁଝର ଜିଲ୍ଲାର ଦଧିବାମନପୁର ଗ୍ରାମର ଡ୍ରାଇଭର ତାଙ୍କ ନିଜଘରେ ଖାଲି ଦଶ ଚକିଆ ଟ୍ରକ ରଖି ଟ୍ରକରେ ଡ୍ରାଇଭରର ସଂମ୍ପର୍କୀୟ ଶୋଇଥିଲେ l ଗତ 22 ତାରିଖ ବିଳମ୍ବିତ ରାତିରେ ଡ୍ରାଇଭର ସଂମ୍ପର୍କୀୟଙ୍କୁ ହାତଗୋଡ଼ ବାନ୍ଧି ଟ୍ରକକୁ ଦୁର୍ବତ୍ତ ମାନେ ନେଇଯାଇଥିଲେ । ଟ୍ରକ ଚୋରୀ ବେଳେ ଟ୍ରାକରେ ସୋଇଥିବା ଟ୍ରକ ଡ୍ରାଇଭର ସମ୍ପକୀୟର ହାତ ଗୋଡ଼ ବାନ୍ଧି ଯାଜପୁର ରୋଡ ରାସ୍ତା କଡରେ ଅପହର୍ତ୍ତାମାନେ ଫୋପାଡ଼ି ଚାଲି ଯାଇଥିଲେ l ବହୁ ଖୋଜାଖୋଜି ପରେ ଟ୍ରକ ସୋରମଣିପୁର ଅଞ୍ଚଳରେ ଥିବା ପୋଲିସ ଖବରପାଇ ଗତକାଲି ବିଳମ୍ବିତ ରାତିରେ ସୋର ଓ ଆନଂଦ ପୁର ପୋଲିସ କିଛିସ୍ଥାନରେ ଚଢ଼ାଉ କରି ଟ୍ରକକୁ ଜବଦ କରିବା ସହିତ ମlଣିପୁର ଭରଡ଼ାଗଡ଼ିଆର ମୁଖ୍ୟ ଅଭିଯୁକ୍ତ ତାପସ ନାୟକ ଓ ଟ୍ରକ ଚୋରୀ ପାଇଁ ଭଡା ଇଣ୍ଡିଗୋ କାର ନେଇଥିବା ମଙ୍ଗଳପୁର ଅଂଚଳର ଡ୍ରାଇଭର ରାଜୁ ଜେନାକୁ ପୋଲିସ ଆନଂଦ ପୁର ନେଇଯାଇଛି l ଅଟକ ଥିବା ଦୁଇ ଜଣଙ୍କ ପାଖରୁ ଏକ ତେଲେଙ୍ଗାନା କଟୁରି ସହିତ ପଲସର, ଆପlଚୀ ଓ ଗୋଟିଏ ଇଣ୍ଡିଗୋ କାର ମଧ୍ୟ ଜବଦ କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହା ଏକ ବଡ଼ ରେକେଟ ଥିବା ପୋଲିସ ଅନୁମାନ କରୁଥିବା ବେଳେ ସୋର ଅଞ୍ଚଳରେ ଆଉକେଉଁ ମାନେ ଅଛନ୍ତି ତାହାର ଖୋଲତାଡ଼ ଆରମ୍ଭ କରିଛି ସୋର ପୋଲିସ । Byte iic ଆନଂଦପୁର ମନୋରଞ୍ଜନ ପ୍ରଧାନ

Share this…
Share on Facebook

Facebook