ବଡ଼ ଓସ୍ତିଆ ପଂଚାୟତରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ l

ବିଜୁ ଯୁବ ଜନତା ଦଳର ୨୫ ବର୍ଷ ପୂର୍ତି ଅବସରରେ ପରିବେଶ ସୁରକ୍ଷା ପାଇଁ ଚାନ୍ଦବାଲି ବ୍ଲକ ବଡ଼ଓଣ୍ଡିଆ ପଂଚାୟତ କାର୍ଯ୍ୟଳୟ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳର ସଭାପତି ଯୁବ ନେତା ପ୍ରଭାସ ନାୟକ ଓ ବ୍ଲକ ସଭାପତି ରଂଜନ କୁମାର ସାହୁ ଏବଂ ଜିଲ୍ଲାପରିଷଦ ପିନ୍ସ ରାକେଶ ନାୟକ, ଭାଟପଡ଼ା ପଂଚାୟତର ସରପଂଚ ମହେଶ୍ଵର ସାହୁ, ବରିଷ୍ଠ ନେତା ଲଲାଟେନ୍ଦୁ ରାୟ ପ୍ରମୁଖ ଯୋଗ ଦେଇ ଏହି ବୃକ୍ଷ ରୋପଣ କରିଥିଲେ । ଓସ୍ତିଆ ପଂଚାୟତ ପରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ସମସ୍ତ ପଂଚାୟତ ଓ ଗାଁ ସ୍ତରରେ ଏହି ବୃକ୍ଷ ରୋପଣ କାର୍ଯ୍ୟ ଜାରୀ ରହିବ ବୋଲି ଚାନ୍ଦବାଲି ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ସାହୁ ପ୍ରକାଶ କରିଥିଲେ l.

Share this…
Share on Facebook

Facebook