ସରକାରୀ ଜାଗା ଜବର ଦଖଲକୁ ନେଇ ତାରିଣୀ ମନ୍ଦିର ସାହିରେ ଉତ୍ତେଜନା l

ମାଲକାନଗିରି ଜିଲ୍ଲା ସଦର ମହକୁମା ତାରିଣୀ ମନ୍ଦିର ସାହି ୱାର୍ଡ ନଂ 8ରେ କିଛି ଦିନ ହେବ ଉତ୍ତେଜନା ଲାଗି ରହିଛି ଖବରରୁ ଜଣାପଡିଛି ଯେ ତାରିଣୀ ମନ୍ଦିର ସାହିରେ 20ବର୍ଷରୁ ଉର୍ଦ୍ଧ ସମୟ ଧରି କିଛି ଆଦିବାସୀ ତଥା ଭୂମିହୀନ ଲୋକ ବସ୍ତି ନିର୍ମାଣ କରି ରହି ଆସୁଥିଲେ l ସମସ୍ତେ ନିଜନିଜ ଭିତରେ ଭାଇ ଚାରାଶହ ରହି ଆସୁଥିଲେ l କିନ୍ତୁ କିଛି ବର୍ଷ ଧରି କିଛି ଖଳ ପ୍ରକୃତିର ଲୋକ ଅନ୍ୟ ଯୁବକ ମାନେ ସେଠାରେ ରହିବା ଶହ ବିଶୃଙ୍ଖଳା ସୃଷ୍ଟି କରି ଧର୍ମ ପରିବର୍ତନ କରିବାକୁ ଚେଷ୍ଟା କରୁଥିବା ସାହିବାସିନ୍ଦା ମାନେ ଅଭିଯୋଗ କରିଛନ୍ତି l ସର୍ବ ସାଧାରଣ ପାଇଁ ଉର୍ଦ୍ଧିଷ୍ଟ ହୋଇଥିବା ରାସ୍ତାକୁ ଜାଣି ଶୁଣି ଖୋଳିବା ସହ ଅକାରଣରେ ସାହିବାସିନ୍ଦା ସହ ମାରଣା ଅସ୍ତ୍ର ଦେଖାଇ ଭୟଭୀତ କରୁଥିବା ଏବଂ ମିଥ୍ୟା କେଶରେ ସାହି ବାସିନ୍ଦାକୁ ଫସାଇ ଜେଲ ଦଣ୍ଡ ଭୋଗିଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି l ଏ ଭଳି କି ବ୍ୟକ୍ତି ଜଣକ ତୁମେ କାହାକୁ କହିଲେ ମଧ୍ୟ ମୋର କେହି କିଛି କରିପାରିବେ ନାହିଁ ବୋଲି ଖୋଲା ଖୋଲି ଚ୍ୟାଲେଞ୍ଜ ଦେଇଥିବା ସାହି ବାସିନ୍ଦାଙ୍କ ଠାରୁ ପ୍ରକାଶ l ଏଭଳି ଏକ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ସମ୍ମିଳିତ ହୋଇ ମାଲକାନଗିରି ତହସିଲଦାର ନିକଟରେ ଲିଖିତ ଅଭିଯୋଗ କରିଥିଲେ l ଜିଲ୍ଲା ପ୍ରଶାସନ କିଭଳି ଭାବେ ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନକରି ଓଲଟି ପୀଡିତମାନଙ୍କ ଉପରେ କିଭଳି ଭାବେ ଆଉ କାହା ଚାପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ତାହାର ନ୍ୟାୟପୁର୍ଣ ତଦନ୍ତ କରିବା ପାଇଁ ସାହି ବାସିନ୍ଦା ଶରତ ପଟନାୟକ,ସୁଧାଂଶୁ ନାୟକ,ବତୀ ଖରା, ଲକ୍ଷ୍ମୀଧର ଭୂମିଆ,ଗୁପ୍ତ ପୂଜାରୀ,ତୁଳସୀ ରାମ ଭୂମିଆ ଭଳି 50ରୁ ଉର୍ଦ୍ଧ୍ବ ସାହି ବାସିନ୍ଦା ଦାବି କରିଛନ୍ତି l ରିପୋର୍ଟ -ଶିବ ପ୍ରସାଦ ଦାସ
ମାଲକାନଗିରି

Share this…
Share on Facebook

Facebook