ନଦୀ କୁ ଡେଇଁ ଯୁବକ ନିଖୋଜ।

ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ସାତବାଟିଆ ଅଞ୍ଚଳରେ। ଘଟଣା ଟି ହେଉଛି ମଧ୍ୟକଛ ଗ୍ରାମ ର ସ୍ମୃତି ରଂଜନ ରଥ(୨୫) ନାମକ ଏକ ଯୁବକ ସନ୍ଦେହ ଜନକ ଭାବେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ କୌଣସି କାରଣରୁ ଗତ କାଲି ବିଳମ୍ବିତ ରାତ୍ରରେ ସ୍ଥାନୀୟ ମହାନଦୀ ବନ୍ଧରେ ଏକ ସାଇକେଲ ରଖି ଦୀର୍ଘ ସମୟ ଧରି ଠିଆ ହୋଇଥିଲେ। ବହୁ ଖୋଜା ଖୋଜି ପରେ ଏପର୍ଯ୍ୟନ୍ତ ଯୁବକଙ୍କର କୌଣସି ପତ୍ତା ମିଳିନାହିଁ। ଆଜି ସକାଳ ୬ଘଟିକା ସମୟରେ ଘଟଣା ସ୍ଥଳରୁ ଏକ ସାଇକେଲ ଉଦ୍ଧାର କରାଯାଇଛି।ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହିତ ଯୁବକ ଜଣକ ନିଖୋଜ ଥିବା ନେଇ ଜଗତପୁର ଥାନା ପୋଲିସ ଉପସ୍ଥିତ ରହି ଘଟଣା ର ତଦନ୍ତ ଜାରି ରହିଛି।
… ମନୋଜ କୁମାର ସାହୁ, ସାଲେପୁର…..

Share this…
Share on Facebook

Facebook