ରକ୍ତାକ୍ତ ସଂଘର୍ଷ ସହ ଘର ଭଙ୍ଗାରୁଜା ଓ ଲୁଟ ପାଟ ।

ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ହିଡି ଗାଁ ରେ ଜମିଜମା ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ ସହ ଘର ଭଙ୍ଗାରୁଜା ଓ ଲୁଟ ପାଟ । ବିପକ୍ଷ ଗୋଷ୍ଠୀର ଖଣ୍ଡା, ତଲୱାର ,ଠେଙ୍ଗା ମାଡ଼ରେ ଦୁଇ ଗୁରୁତର ହୋଇଥିବା ବେଳେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି ।ଗୁରୁତର ମାନେ ହେଲେ ଚାନ୍ଦିପୁର ଥାନା ଅନ୍ତର୍ଗତ ହିଡି ଗାଁ ର ସେକ ଅସରୁଲ ଓ ସେକ କମରୁଲ । ଆଜି ସକାଳୁ ପୂର୍ବ ଶତ୍ରୁତା ଓ ଜମିଜମା ବିବାଦ କାରଣରୁ ୩୦ ରୁ ୪୦ ଜଣ ଲୋକ ସେକ ଅସରୁଲ ଓ ସେକ କମରୁଲ ଙ୍କ ଘର ଉପରକୁ ଆକ୍ରମଣ କରିଥିଲେ । ଫଳରେ ଦୁର୍ବୃତ୍ତ ମାନେ ଉଭୟଙ୍କ ଘର ଓ ଆସବାବ ପତ୍ର କୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଦେଇଥିବା ବେଳେ ପଡୋଶୀ ଭଡ଼ା ଟିଆ ମଧ୍ୟ ଆକ୍ରମଣକାରୀ ଙ୍କ କବଳରୁ ଫିଟି ନଥିଲେ । ଘରେ ପଶି ଦୁର୍ବୃତ୍ତ ମାନେ ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇ ଥିବା ଚାନ୍ଦିପୁର ଥାନା ରେ ଅଭିଯୋଗ ହୋଇଛି । ତେବେ ଦୁଇ ମାସ ପୂର୍ବରୁ ଘଟଣାର ସୂତ୍ରପାତ ଘଟିଥିବା ବେଳେ ଆଜି ପୁଣି ଦୁର୍ବୃତ୍ତ ମାନେ ଆକ୍ରମଣ କରିଥିଲେ । ଅନ୍ୟପଟେ ଚାନ୍ଦିପୁର ପୁଲିସ୍ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Share this…
Share on Facebook

Facebook