ଖବର ଆଜିର ତାରିଖ ୨୧-୦୭-୨୦୨୨/ଗୁରୁବାର

୧-ରାଷ୍ଟ୍ରପତି ନିର୍ବାଚନର ଭୋଟ୍‌ ଗଣତି ଆଜି ପୂର୍ବାହ୍ଣ ୧୧ଟାରେ ଆରମ୍ଭ ହେବ। ଶାସକ ଏନ୍‌ଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ‌ଥିବା ବେଳେ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଯଶୋୱନ୍ତ ସିହ୍ନାଙ୍କ ସହ ତାଙ୍କର ପ୍ରତିଦ୍ବନ୍ଦ୍ବିତା ହୋଇଛି।

୨-ସିସିଟିଭିରେ କଏଦ ହେଲା ଛାତିଥରା ଦୃଶ୍ୟ: ସ୍ଲିପ୍ କଲା ଚକା, ଫିଲ୍ମଷ୍ଟାଇଲ୍ରେ ଉଡି ଆସି ଟୋଲ ବୁଥରେ ପିଟିହେଲା ଆମ୍ବୁଲାନ୍ସ; ୩ ମୃତ ।

୩-ଆଦାନି ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନିଙ୍କ ସମ୍ପତ୍ତିରେ ଚଳିତ ବର୍ଷ ଦୁଇ ଗୁଣା ବୃଦ୍ଧି ଘଟିଛି। ସେ ବିଶ୍ବର ଚତୁର୍ଥ ବଡ଼ ଧନୀ ଭାବେ ଉଭା ହୋଇଛି। ଫୋର୍ବସ୍ ଧନୀ ତାଲିକାରେ ସେ ମାଇକ୍ରୋସଫ୍ଟର ମୁଖ୍ୟ ବିଲ୍ ଗେଟ୍ସଙ୍କୁ ଚତୁର୍ଥ ସ୍ଥାନରୁ ପଦଚ୍ୟୁତ କରିଛନ୍ତି।

୪-‘ହସ ଲାଗେ, ଗୋଟିଏ ଦୁଇଟି ମ୍ୟାଚ୍ ଖେଳିଥିବା ଲୋକ ଜ୍ଞାନ ଦେଉଛନ୍ତି’ ।କାମ୍ରନ ଅକମଲ କୋହଲିଙ୍କ ସମାଲୋଚକଙ୍କୁ ଜବାବ ଦେଇ କହିଛନ୍ତି, କୋହଲି ଜଣେ ଭିନ୍ନ ଖେଳାଳି।

୫-ସଙ୍କଟ ଭିତରେ ମିଳିଲା ଆଶାର ଆଲୋକ । ଶ୍ରୀଲଙ୍କାକୁ ମିଳିଲା ନୂଆ ରାଷ୍ଟ୍ରପତି । ରାନିଲ ବିକ୍ରମସିଂଘେଙ୍କୁ ଗୁରୁଦାୟିତ୍ୱ

୬-ଜାମ୍ମୁ-କାଶ୍ମୀରେ କମିଛି ଆତଙ୍କବାଦୀ ଆକ୍ରମଣ: ବଢିଛି ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା .

୭-ପୁଲିସ ଦେଲା କ୍ଲିନ ଚିଟ୍: ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲେ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଈଶ୍ବରପ୍ପା ।

୮-ଯୋଗୀ ମନ୍ତ୍ରୀମଣ୍ଡଳରେ ଦୁଇ ମନ୍ତ୍ରୀଙ୍କ ଅସନ୍ତୋଷ । ଗୃହମନ୍ତ୍ରୀଙ୍କୁ ପଠାଇଲେ ଇସ୍ତଫା ପତ୍ର । ଦଳିତ ବୋଲି ଅଫିସର ଶୁଣୁନଥିବା ଆଣିଲେ ଅଭିଯୋଗ

୯-ୟୁକ୍ରେନକୁ ହିମରାସ୍ କ୍ଷେପଣାସ୍ତ୍ର ଯୋଗାଇବ ଆମେରିକା, ଯୁଦ୍ଧକୁ ଆହୁରି ବଢାଇବାକୁ ରୁଷର ଧମକ

୧୦-ବରିଷ୍ଠ ନାଗରିକଙ୍କୁ ଆଉ ମିଳିବନି ଟ୍ରେନ୍ ଟିକେଟ୍ରେ ରିହାତି । ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଏନେଇ ସ୍ପଷ୍ଟ କରିଛନ୍ତି ।

୧୧-ବ୍ରିଟିସ ପ୍ରଧାନମନ୍ତ୍ରୀ ଚୟନ : ଋଷି ସୁନକ-ଲିଜ୍ ଟ୍ରସଙ୍କ ମଧ୍ୟରେ ହେବ ଚୂଡ଼ାନ୍ତ ମୁକାବିଲା ।

୧୨-କାଶୀପୁରରେ ରୂପ ବଦଳାଉଛି କଲେରା: ଚିହ୍ନଟ ହେଲା ନୂଆ ଭୂତାଣୁ ଇ-କୋଲାଇ ।

୧୩-ଘୁଞ୍ଚିଲା ଶିବସେନା ବିବାଦର ଶୁଣାଣି । ସୁପ୍ରିମକୋର୍ଟ କହିଲେ ଆଇନ ସମସ୍ତଙ୍କ ପାଇଁ ସମାନ ।

୧୪-ଗୁରୁବାର ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ, ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ, ଜୋରଦାର ଚାଲିଛି ପ୍ରସ୍ତୁତି ।

୧୫-ବୌଦ୍ଧ କୋର୍ଟ ସମ୍ମୁଖରେ ଅଭାବନୀୟ ଦୃଶ୍ୟ ; ମାଆର ମୁଖାଗ୍ନି ପାଇଁ ବଡ ପୁଅର ଜାମିନ ମାଗୁଛନ୍ତି ପରିବାର ।

୧୬-ନାଲ୍କୋରେ ୬୩୩ ବିସ୍ଥାପିତଙ୍କୁ ନିଯୁକ୍ତି: ଏମ୍ସିଏଲ୍ ପ୍ରକଳ୍ପ ପାଇଁ ୧୬,୨୯୭ ଲୋକ ବିସ୍ଥାପିତ ।

୧୭-ନିଜ ଦୁର୍ବଳତା ଧରାପକାଇଲା ଓଡ଼ିଶା ପୁଲିସ: ସାଇବର୍ ତଦନ୍ତରେ କ୍ରାଇମ୍ବ୍ରାଞ୍ଚ ପଛୁଆ

୧୮-ଦିନିକିଆ ମାନ୍ୟତା : ବୁମ୍‌ରା ୨ୟ ସ୍ଥାନକୁ ଖସିଲେ ।

୧୯-୨୫ରୁ ଜେଇଇ ମୁଖ୍ୟ ଦ୍ବିତୀୟ ଅଧିବେଶନ; ଆଜିଠୁ ମିଳିବ ଆଡମିଟ୍‌ କାର୍ଡ ।

୨୦-Article 370 ହଟିବା ପରେ ଜଣେ ବି କଶ୍ମୀର ପଣ୍ଡିତ ଘାଟି ଛାଡ଼ି ନାହାନ୍ତି: ଗୃହ ମନ୍ତ୍ରଣାଳୟ।

ଶୁଭ ସକାଳ,ସୁପ୍ରଭାତ

Share this…
Share on Facebook

Facebook