ମହିଳା ମାନଙ୍କୁ ଧାନ ମଣ୍ଡିରେ ଧାନ କ୍ରୟ ବିକ୍ରୟ କରିବା ପକ୍ରିୟାକୁ ବନ୍ଦ କରି କାଲିମେଳା ଲ୍ୟାମ୍ପ କୁ ଦାଇତ୍ୱ ଦେବା ନିମନ୍ତେ ଜିଲ୍ଲାପାଳ ଙ୍କୁ ଦାବି ପତ୍ର

ମହିଳା ମାନଙ୍କୁ ସବୁ କ୍ଷେତ୍ର ଆଗକୁ ନେବା ର ସୁଯୋଗ ଦେବା ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟ କରୁଛନ୍ତି । ଠିକ ସେହି ପରି ଧାନ ମଣ୍ଡି ଗୁଡିକରେ ମଧ୍ୟ ମହିଳା ମାନେ ସମସ୍ତ ଧାନ କୁ କ୍ରୟ ଓ ବିକ୍ରୟ କରିବା ପାଇଁ କେତୋଟି ମଣ୍ଡି ର ଦାଇତ୍ୱ ଦିଆ ହୋଇଥିଲା । କିନ୍ତୁ ମାଲକାନଗିରି ଜିଲ୍ଲାର କାଲିମେଳା ପଞ୍ଚାୟତ ରେ ଥିବା କୋଇମେଟଲା , ଭେଙ୍କେଟପାଲମ , ତେଲରାଇ , ବଡିଗେଟା ସହ ଅନେକ ମଣ୍ଡି ଦାୟିତ୍ୱରେ ଥିବା ମହିଳା ମାନେ ଚାଷୀ ମାନଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ ପାତର ଅନ୍ତର ନୀତି କରୁଛନ୍ତି ଯାହା ଫଳରେ ଚାଷୀ ମାନେ ସେମାନଙ୍କ ଧାନ ବିକ୍ରି କରି ପାରୁ ନାହାନ୍ତି । ତେଣୁ ଚଳିତ ବର୍ଷ ହେବାକୁ ଥିବା ମଣ୍ଡିରେ କୌଣସି SHG ମହିଳା ମାନଙ୍କୁ ଦାଇତ୍ୱ ନ ଦେବ ଓ ପୁନର୍ବାର କାଲିମେଳା ଲ୍ୟାମ୍ପ କୁ ମଣ୍ଡି ର ଦାଇତ୍ୱ ଦେବା ପାଇଁ କାଲିମେଳା ବ୍ଲକ ର ସତାଧିକ ଗ୍ରାମବାସି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି ।

ରିପୋର୍ଟ -ଶିବ ପ୍ରସାଦ ଦାସ
ମାଲକାନଗିରି

 

Share this…
Share on Facebook

Facebook