ଭଞ୍ଜନଗର କେନ୍ଦ୍ରୀୟ ବନାଞ୍ଚଳ କାର୍ଯ୍ୟାଳୟ ଘେରାଉ କଲେ ବାଉଶଲୁଣ୍ଡି ଗ୍ରାମବାସୀ

କେନ୍ଦ୍ରୀୟ ବନାଞ୍ଚଳ ପରିସରରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା ଲୋକେ ଅଡ଼ି ବସିଥିଲେ ଆମ ସବଦାହ କାଠ ଆମକୁ ଦିଅ।ଘଟଣା କଣ ବୁଝିଲା ବେଳକୁ ଜଣାପଡିଲା ଯେ ବାଉଁସଲଉଣ୍ଡି ଗ୍ରାମ ପଞ୍ଚାୟତ ଗୃହ ସମ୍ମୁଖରେ ଥିବା କେତେକ ଝାଉଁ ଗଛକୁ ପୂର୍ତ୍ତ ବିଭାଗ କାଟିଥିଲେ ଏବଂ ପ୍ରତି ବର୍ଷ ବି ଏମିତି ସୌନ୍ଦର୍ଯ୍ୟ କରଣ ପାଇଁ କାଟାଜାଉଥିଲା।ଏହାକୁ ଦେଖି ଗ୍ରାମ ବାସୀ ସଂଗୃହିତ କାଠ ଗୁଡିକୁ ପୂର୍ତ୍ତ ବିଭାଗ ଅନୁମତି କ୍ରମେ ଶବ ଦାହା ପାଇଁ ପଂଚାୟତ ଗୃହରେ ରଖା ଯାଇଥିଲା କିନ୍ତୁ ଜଙ୍ଗଲ ବିଭାଗ କର୍ମଚାରୀ ଆସି ସେ ସବୁକୁ ବେଆଇନ ଦର୍ଶାଇ କାଠ ଗୁଡିକୁ ନେଇଥିଲେ।ଯୋଉଠି ଶହ ଶହ ହାତୀଦାନ୍ତ ପାଇଁ ହାତୀ ଗୁଡିକୁ ହତ୍ୟା କରୁଛନ୍ତି ଓ ଜଙ୍ଗଲ ବିଭାଗ ଟେର ପାଉନି ,ଯୋଉଠି ଗଛ ଲଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଉଛି ସେଠି ଏହିଭଳି ଆକୃଷ୍ଟ ମନ ଭାବ ରଖିବା ସାଧାରଣ ରେ ନା ପ୍ରସନ୍ଦ କରିଛନ୍ତି ଲୋକେ। ସାମାନ୍ୟ 7 ଖଣ୍ଡ ଜାଳେଣି କାଠକୁ ନେବା ବଡ ଦୁଃଖ ଓ ପରିତାପର ବିଷୟ।ପଞ୍ଚାୟତ ସରପଞ୍ଚ ଙ୍କ ଅଭିଯୋଗ ତାଙ୍କ ଅନୁମତି ବିନା ପଂଚାୟତ ପରିସରରେ ପଶିବା ତାଲା ଭାଙ୍ଗିବା କେତେ ଯୁକ୍ତିଯୁକ୍ତ କଥା।ସେପଟେ ଗ୍ରାମବାସୀ ଓ ବିଜେପି ର ନେତାମାନେ ଶାସକ ଦଳ ର ଏହି ପରି ହିନ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି।

Share this…
Share on Facebook

Facebook